କେବେ ବିଜେପିକୁ ଘେରିବେ ସିଦ୍ଧାର୍ଥ ?

କେବେ ବିଜେପିକୁ ଘେରିବେ ସିଦ୍ଧାର୍ଥ ?

2024 ସାଧାରଣ ନିର୍ବାଚନ କେତେ ରାଜନେତାଙ୍କ ସ୍ୱପ୍ନ ଭାଙ୍ଗିବା ସହିତ ଅନେକ ରାଜନେତାଙ୍କ ଘର ମଧ୍ୟ ଏହି ନିର୍ବାଚନକୁ ନେଇ ଦୁଇଫାଳ ହୋଇଯାଇଛି । ଯଦି ଆମେ କଂଗ୍ରେସର ପୂର୍ବତନ ବିଧାୟକ ସୁର ରାଉତରାୟଙ୍କ କଥା ଦେଖିବା ଦୁଇ ପୁଅ କଂଗ୍ରେସ ଟିକେଟରୁ ମଇଦାନକୁ ଓହ୍ଲାଇବେ ବୋଲି ବାପା ସୁର ରାଉତରାୟ ନିର୍ବାଚନ ପୂର୍ବରୁ ଗଣମାଧ୍ୟମକୁ ବୟାନ ଦେଉଥିଲେ । କିନ୍ତୁ କ୍ଷଣିକରେ ବଦଳିଯାଇଥିଲା ସୁରଙ୍କ ସ୍ୱର ସାନ ପୁଅ ବିଜେଡିରେ ସାମିଲ ହୋଇ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢିଲେ ଏବଂ ବଡ ପୁଅ ବହୁ ବାଦ ବିବାଦ ପରେ କଂଗ୍ରେସ ଟିକେଟରେ ମଇଦାନକୁ ଆସିଲେ । ସୁର ରାଉତରାୟ ସାନପୁଅ ମନ୍ମଥଙ୍କ ପାଇଁ ପ୍ରଚାର କଲେ ଏବଂ କଂଗ୍ରେସ ଦଳରୁ ଛଅ ବର୍ଷ ପାଇଁ ସସପେଣ୍ଡ ହେଲେ । ପୁଅ ପାଇଁ ପ୍ରଚାର କରି ହଟହଟା ହେଉଥିବା ସୁର ରାଉତରାୟଙ୍କ ଦୁଇ ପୁଅ ନିର୍ବାଚନରେ ହାର ମାନିଲେ । ମନ୍ମଥ ଓ ସିଦ୍ଧାର୍ଥଙ୍କ ଶୋଚନୀୟ ପରାଜୟ ସାଙ୍ଗକୁ ରାଜ୍ୟରେ 24 ବର୍ଷର ସରକାର ଥିବା ବିଜୁ ଜନତା ଦଳର ମଧ୍ୟ ପତନ ହେଲା । ତେବେ ନିର୍ବାଚନ ପୂର୍ବରୁ ତିନି ବାପା ପୁଅଙ୍କ ମଧ୍ୟରେ ଯେଉଁ ମନମାଳିନ୍ୟ ସୃଷ୍ଟି ହୋଇଥିଲା ଯାହା ରାଜ୍ୟ ରାଜନୀତିକୁ ସୁରଙ୍କ ପରିବାରକୁ ଚର୍ଚ୍ଚାକୁ ଟାଣିଥିଲା । ନିର୍ବାଚନ ପୂର୍ବରୁ ଘନ ଘନ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖୁଥିବା ସିଦ୍ଧାର୍ତ ରାଉତରାୟ ଏବେ ନଜର ଆସୁନାହାନ୍ତି । ପାଣ୍ଡିଆନ ରାଜନୀତି ଛାଡିବା ପରେ ଖୁସି ଥିବା ସିଦ୍ଧାର୍ଥ ରାଉତରାୟ ଏବେ ସମ୍ପୂର୍ଣ୍ଣ ଚୁପ । ବିରୋଧି ହୋଇ ବିଜେଡିକୁ ଘେରୁଥିବା ସୁରଙ୍କ ବଡ ପୁଅ ଭାରତୀୟ ଜନତା ପାର୍ଟିକୁ ନେଇ ମୁହଁ ଖୋଲୁନାହାନ୍ତି । ବାପା ବିଜେଡି ସପକ୍ଷରେ ବାହାରୁଥିବା ବେଳେ ପୁଅ ସିଦ୍ଧାର୍ଥ ରାଉତରାୟ ବର୍ତ୍ତମାନର ଶାସକ ଦଳ ବିଜେପିକୁ ନେଇ କେବେ ମୁହଁ ଖୋଲିବେ ତାହାର ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *