କେବେ ସମ୍ପୂର୍ଣ୍ଣ ହେବ ପ୍ରାର୍ଥୀ ତାଲିକା ଘୋଷଣା ?

କେବେ ସମ୍ପୂର୍ଣ୍ଣ ହେବ ପ୍ରାର୍ଥୀ ତାଲିକା ଘୋଷଣା ?

ନିର୍ବାଚନ ତାରିଖ ଘୋଷଣା ହୋଇସାରିଛି । ତିନି ରାଜନୈତିକ ଦଳମାନେ ନିଜର ପ୍ରାର୍ଥୀ ଘୋଷଣା କରୁଛନ୍ତି । ଆସନ୍ତା 18 ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ହେଲେ ଏଯାଏଁ କିଛି ଆସନ ଏମିତି ରହିଛି, ଯେଉଁ ଆସନରେ ବିଜେଡି ଓ ବିଜେପି ପ୍ରାର୍ଥୀ ଘୋଷଣା କରିନାହାନ୍ତି । ପ୍ରଥମ ନିର୍ବାଚନ ପାଇଁ ଏବେ ତିନି ଆସନକୁ ନେଇ ଦ୍ୱନ୍ଦ୍ୱ ରହିଛି । ବିଜ୍ଞପ୍ତି ପ୍ରକାଶ ତାରିଖ ପାଖେଇ ଆସୁଥିବାରୁ ବିଜେପି ଓ ବିଜେଡି ଖୁବ୍ ଶୀଘ୍ର ପ୍ରାର୍ଥୀ ଘୋଷଣା କରିବା ସମ୍ଭାବନା ରହିଛି । ଆଜି ବିଜେପି ୨୦ରୁ ୨୨ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିବ ବୋଲି ରାଜ୍ୟ ନିର୍ବାଚନ ପ୍ରଭାରୀ ସଙ୍କେତ ଦେଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *