କେବେ ହଟିବ ମେଣ୍ଟ ଦ୍ୱନ୍ଦ୍ୱ ?

କେବେ ହଟିବ ମେଣ୍ଟ ଦ୍ୱନ୍ଦ୍ୱ ?

ରାଜ୍ୟରେ ବିଜେପି-ବିଜେଡି ମେଣ୍ଟକୁ ନେଇ ଦ୍ୱନ୍ଦ୍ୱ ହଟି ନାହିଁ । ନିର୍ବାଚନ କମିଶନ ଲମ୍ବା ସମୟ ଦେଇଥିବା ପରିପ୍ରେକ୍ଷୀରେ ଉଭୟ ଦଳ ମଧ୍ୟରେ ଚାଲିଥିବା ମେଣ୍ଟ ଆଲୋଚନା ମନ୍ଥର ହୋଇଯାଇଛି । କୁହାଯାଉଛି ଉଭୟ ଦଳର ଶୀର୍ଷ ନେତୃତ୍ୱ ପରସ୍ପର ସହ ଯୋଗାଯୋଗରେ ଅଛନ୍ତି । ହେଲେ ନିର୍ଦ୍ଦିଷ୍ଟ କ’ଣ ଆଲୋଚନା ହେଇଛି, ଏନଡିଏ ମେଣ୍ଟରେ ବିଜେଡି ସାମିଲ ହେବ ନା ନାହିଁ, ରାଜ୍ୟରେ ଆସନ ଭାଗବଣ୍ଟା ହେବ କି ନାହିଁ, ତାହା ଉପରୁ ପରଦା ହଟିପାରୁ ନାହିଁ । ଅନ୍ୟପଟେ ଦୁଇ ଦଳର ଆଶାୟୀ ପ୍ରାର୍ଥୀ ନିଜର ଭବିଷ୍ୟତକୁ ନେଇ ଚିନ୍ତାରେ ପଡିଛନ୍ତି । ମେଣ୍ଟ ନିଷ୍ପତ୍ତି ଝୁଲି ରହିଥିବାରୁ ଉଭୟ ଦଳର ଆଶାୟୀ ପ୍ରାର୍ଥୀ ନିଜ ନିର୍ବାଚନମଣ୍ଡଳିରେ ପ୍ରସ୍ତୁତି କରିପାରୁନାହାଁନ୍ତି । ଗୋଟେପଟେ ବିଜେପି ପାର୍ଟି ଅଫିସରେ ଘନ ଘନ ବୈଠକ ହେଉଥିବାବେଳେ ମେଣ୍ଟ ପ୍ରସଙ୍ଗ ଉଠାଇଲେ ବିଜେଡି ନେତା ମଧ୍ୟ ନୀରବ ରହୁଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *