କେମିତି ଖୋଲିବ ରତ୍ନଭଣ୍ଡାର ?

କେମିତି ଖୋଲିବ ରତ୍ନଭଣ୍ଡାର ?

ବିଜେପି ସରକାରର ପ୍ରତିଶ୍ରୁତି ଅନୁଯାୟୀ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଯିବା ପରେ ଆସନ୍ତାକାଲି ଖୋଲାଯିବ ରତ୍ନଭଣ୍ଡାର । ଏନେଇ ସରକାର ଆଜି ଏସଓପି ଜାରି କରିପାରନ୍ତି । ଏସଓପି ଆସିବା ପରେ କେମିତି ରତ୍ନଭଣ୍ଡାର ଖୋଲାଯିବ ଏବଂ ରତ୍ନଭଣ୍ଡାର ଭିତରକୁ କେଉଁମାନେ ଯିବେ ତାହା ସ୍ପଷ୍ଟ ହେବ । ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ନେଇ ୧୪ ତାରିଖକୁ ସମୟ ଧାର୍ଯ୍ୟ କରାଯାଇଥିଲା । କମିଟି ସୂଚନା ମୁତାବକ ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ପ୍ରଥମେ ଏକ ବୈଠକ ଅନୁଷ୍ଠିତ ହେବ । ଏହାପରେ କମିଟି ସଦସ୍ୟମାନେ ରତ୍ନଭଣ୍ଡାର ଭିତରକୁ ପ୍ରବେଶ କରିବେ । ହେଲେ ରତ୍ନଭଣ୍ଡାର ଭିତରକୁ ପ୍ରବେଶ କରିବା ପୂର୍ବରୁ ଲୋକନାଥଙ୍କ ପୂଜାର୍ଚ୍ଚନା କରାଯିବ । ଏନେଇ ସମସ୍ତ କମିଟି ସଦସ୍ୟ ସାତ୍ୱିକ ଭୋଜନ କରୁଛନ୍ତି । ସେମାନେ ସେବାୟତଙ୍କ ଡ୍ରେସରେ ଭିତରକୁ ଯିବେ । ଏହସହ ରୋଚକ କଥା ହେଉଛି ରତ୍ନଭଣ୍ଡାର ଭିତରେ ସାପ ଥିବା କଥା କୁହାଯାଉଥିବା ବେଳେ ଏଥିରୁ ରକ୍ଷା ପାଇବା ପାଇଁ ସ୍ନେକ ହେଲପଲାଇନକୁ ପ୍ରସ୍ତୁତ କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *