କେମିତି ପାଇବେ ମୋବାଇଲରୁ ମୁକ୍ତି ?

କେମିତି ପାଇବେ ମୋବାଇଲରୁ ମୁକ୍ତି ?


ଆଜିକାଲି ଦୈନନ୍ଦିନ ଜୀଵନରେ ମୋବାଇଲ ସମସ୍ତଙ୍କର ଗୁରୁତ୍ବପୂର୍ଣ ହୋଇଗଲାଣି କାରଣ ମୋବାଇଲ ଆମକୁ ଅନେକ ସାହାଯ୍ୟ କରୁଛି ଏବଂ ଅନେକ ବିପଦରେ ମଧ୍ୟ ପକାଉଛି | ମୋବାଇଲ,ଯୋଗାଯୋଗ, ମନୋରଂଜନ ଭଳି ଅନେକ ଗୁରୁତ୍ବପୂର୍ଣ କାର୍ଯ୍ୟ ସଂପାଦନ କରୁଛି| ମୋବାଇଲ ଯୋଗାଯୋଗରେ ମୁଖ୍ୟ ଭୂମିକା ଗ୍ରହଣ କରିଛି | ଆପଣ ସକାଳୁ ଉଠିବାଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ ଆପଣ ମୋବାଇଲକୁ ଛାଡିପାରୁନାହାନ୍ତି ସେଥିପାଇଁ ସ୍ଵାସ୍ଥ୍ୟରେ ମଧ୍ୟ ବ୍ୟାଘାତ ଘଟୁଛି ଯୋଉଥିରେ ଡାକ୍ତର ପାଖକୁ ଗଲେ ଡାକ୍ତର ପ୍ରଥମେ ପଚାରିଥାନ୍ତି କି ଦିନରେ କେତେ ସମୟ ମୋବାଇଲ ବ୍ୟବହାର କରନ୍ତି ? ଇଣ୍ଟରନେଟ ମାଧ୍ୟମରେ ମୋବାଇଲରେ ଜଣେ ଯେଉଁ ବିଷୟରେ ଚାଁହୁଛି ସେଇ ବିଷୟରେ ତଥ୍ୟ ସବୁ ମୋବାଇଲରୁ ସହଜରେ ପାଇପାରୁଛି| ତେଣୁ ମୋବାଇଲର ଆଦର ଏତେ ବଢିଯାଇଛି ଯେ ଏହା ଏକ ନିଶା ପରି ସମସ୍ତଙ୍କୁ ଗ୍ରାସ କରିବାକୁ ବସିଛି | ସବୁଠାରୁ ବଡ କଥା ହେଲା ମୋବାଇଲ ଯୁବପିଢିଙ୍କୁ ନିଶା ଭଳି ଆକୃଷ୍ଟ କରିଛି| ମୋବାଇଲ କେବଳ ଯୋଗାଯୋଗର ମାଧ୍ୟମ ପାଇଁ ତିଆରି ହୋଇଥିବା ବେଳେ ଏହା ବିଶ୍ଵର ସବୁ ବ୍ୟବହାରକୁ ନିଜ କବଳକୁ ନେଇଯିବାକୁ ବସିଲାଣି | ଆଜିକାଲି ମୋବାଇଲରେ ସୋସିଆଲ ମିଡ଼ିଆ ,ଖେଳ ,ମନୋରଞ୍ଜନ, ବ୍ୟାଙ୍କିଙ୍ଗ ,ଚଳଚିତ୍ର ଏ ସବୁ ବିଷୟ ଆଜି ମୋବାଇଲରେ ଉପଲବ୍ଧ ହେଲାଣି |
ତେବେ ମୋବାଇଲ ଆମକୁ କେଉଁ ବିପଦରେ ପକାଉଛି:- ଅନାବଶ୍ୟକ ଭାବେ ଅତ୍ୟଧିକ ବ୍ୟବହାର କରିବା ଦ୍ୱାରା ଏହା ଅତ୍ୟଧିକ ଉତପ୍ତ ହୋଇ ବିସ୍ପୋରଣ ହେଇ ଅନେକ ଜୀବନ ନଷ୍ଟ କରୁଛି| ବିପଦପୂର୍ଣ୍ଣ ସାଇଟ ଦ୍ୱାରା ଆର୍ଥିକ ଠକେଇର ଶିକାର ହେବାକୁ ପଡୁଛି| ଏବଂ ଆମେ ରାସ୍ତାରେ ଯିବାଆସିବା ସମୟରେ ମୋବାଇଲରେ ଇୟରଫୋନ ଦେଇ ଗୀତ ଶୁଣିବା ଦ୍ୱାରା ରାସ୍ତାରେ ଗାଡିର ଶବ୍ଦ ଶୁଣିବାରେ ଅସୁବିଧା ହୋଇଥାଏ ଯାହା ଫଳରେ ଅନେକ ସମୟରେ ଦୁର୍ଘଟଣା ଘଟିଥାଏ |
କେମିତି ମୁକ୍ତି ପାଇବେ:- ଏହାର ଉପଯୋଗ ବୁଝି ବ୍ୟବହାର କରିବା ପାଇଁ ଚେଷ୍ଟା କରନ୍ତୁ| ମୋବାଇଲରୁ ମୁକ୍ତି ପାଇବା ପାଇଁ ନିଜକୁ ପ୍ରଥମେ ଚେଷ୍ଟା କରିବାକୁ ପଡିବ| ସାରା ଦିନର କାମ ଟାଇମ ଟେବୁଲ ବନାନ୍ତୁ ଏବଂ ଛୁଟି ସମୟରେ ବହି ପଢନ୍ତୁ, ଚିତ୍ର କରନ୍ତୁ,କବିତା ଲେଖନ୍ତୁ, ବଗିଚା କାମ କରନ୍ତୁ ଏବଂ ଛୁଟିଦିନରେ ନିଜ ପରିବାର ସହ ସମୟ ବିତାନ୍ତୁ |

author

Related Articles

Leave a Reply

Your email address will not be published. Required fields are marked *