କେମିତି ବଞ୍ଚିବେ ଏସିଡ ପୀଡିତା ?

କେମିତି ବଞ୍ଚିବେ ଏସିଡ ପୀଡିତା ?

ସ୍ୱପ୍ନ ଥିଲା ଶିକ୍ଷୟିତ୍ରୀ ହେବାର କିନ୍ତୁ ଏସିଡ ମାଡ କରିଥିଲା ଜୀବନକୁ ସର୍ବସ୍ୱାନ୍ତ । ଏସିଡ ମାଡରେ ସର୍ବସ୍ୱାନ୍ତ ହୋଇଯାଉଛନ୍ତି ଅନେକ ମହିଳା । ୨୦୦୫ ମସିହା ଏସିଡ ମାଡର ଶିକାର ହୋଇଥିବା ଢେଙ୍କାନାଳ ଜିଲ୍ଲାର ରାସୋଳର ମମତା ବେହେରା । ସ୍ୱପ୍ନ ଥିଲା ଶିକ୍ଷୟତ୍ରୀ ହେବାର । ଯୁକ୍ତ ତିନି ପ୍ରଥମ ବର୍ଷରେ ପଢୁଥିବା ବେଳେ ଗାଁର ମଦ ଦୋକାନୀ ଜିତେନ୍ଦ୍ର ସର ମୁଣ୍ଡ ଉପରେ ଏସିଡ୍ ଢାଳିଦେଲା । ଦେହର ୬୦ ପ୍ରତିଶତ ଜଳି ଯାଇଥିଲା। ତୁରନ୍ତ ପ୍ରଥମେ ଢେଙ୍କାନାଳ ଜିଲ୍ଲା ରାସୋଳ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ପରେ ଏସସିବି ଡାକ୍ତରଖାନାରେ ଚିକିତ୍ସା ହେଲା । ମୁଣ୍ଡ, ଆଖି, କାନ, ପିଠି ସମେତ ଶରୀରର ବିଭିନ୍ନ ଅଂଶକୁ ମିଶାଇ ୧୫ ଥର ଅସ୍ତ୍ରୋପଚାର କରାଯାଇଛି। ଜମି, ଗହଣା ବନ୍ଧା ପକାଇ କେବଳ ଚିକିତ୍ସା ପାଇଁ ୯ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କଲେ ପରିବାର । କିନ୍ତ ଆଜି ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ କୌଣସି କ୍ଷତିପୂରଣ ଟଙ୍କା ମିଳିଲା ନାହିଁ । ଖାଲି ମମତା ନୁହେଁ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ପାଟଳିପଙ୍କର ହିମାଁଶୁ ବାରିକ । ରାତିରେ ଗର୍ଭବତୀ ସ୍ତ୍ରୀ ଓ ଦୁଇ ଝିଅଙ୍କ ସହ ଶୋଇଥିବା ବେଳେ ପୂର୍ବ ଶତୁତ୍ରାକୁ କେନ୍ଦ୍ର କରି ପୁରା ପରିବାରକୁ ଏସିଡ ମାଡ କରାଯାଇଥିଲା । ଏସିଡ ମାଡରେ ହିମାଂଶୁ ବର୍ତ୍ତି ଯାଇଥିବା ବେଳେ ଚିିକିତ୍ସା ପାଇଁ ୪୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେଲାଣି । କ୍ଷତିପୂରଣ ବିବାଦକୁ ମିଳିବାକୁ ଥିବା ଦେଢଲକ୍ଷ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନାହିଁ । ତେବେ ଦେଖିବାକୁ ବାକି ରହିଲା ବାରମ୍ବାର ଏସିଡ ମାଡର ଶିକାର ହେଉଥିବା ଲୋକ ମାନଙ୍କ ପାଇଂ ସରକାର କେଉଁ ପଦକ୍ଷେପ ନେବେ ? ସେମାନଙ୍କୁ ମିଳିବାକୁ ଥିବା କ୍ଷତିପୂରଣ କେବେ ମିଳିବ ?

author

Related Articles

Leave a Reply

Your email address will not be published. Required fields are marked *