କେମିତି ହୋଇଥିଲା ମହାକାଳଙ୍କ ଜନ୍ମ ?

କେମିତି ହୋଇଥିଲା ମହାକାଳଙ୍କ ଜନ୍ମ ?

ହିନ୍ଦୁ ଧର୍ମରେ ଭଗବାନ ଶିବଙ୍କୁ କାଳର ଦେବତା କୁହାଯାଏ । କାଳର ଦେବତାଙ୍କୁ ପୂଜା କଲେ ମୃତ୍ୟୁ ବି ପାଖ ମାଡିପାରିବନି । ସେହି କାଳର ଦେବତା ହେଉଛନ୍ତି ମହାକାଳେଶ୍ୱର ସୃଷ୍ଟିର ହର୍ତ୍ତା,କର୍ତ୍ତାଙ୍କ ମଧ୍ୟରୁ ଜଣେ ସେହି ମହାକାଳ । ଡମ୍ବୁରୁଧାରୀ,ଆଶୁତୋଷ,ନୀଳକଣ୍ଠ ସେହି ମହାକାଳ । ତ୍ରିଲୋକର ଆଦି ଏବଂ ଅନ୍ତ, ପାର୍ବତୀ ପତି ସେହି ମହାକାଳ । ମହାକାଳଙ୍କ ଜନ୍ମକୁ ନେଇ ଅନେକ ରହସ୍ୟ ରହିଛି । କେବେ ଆପଣଙ୍କ ମନରେ ଏମିତି କିଛି ପ୍ରଶ୍ନ ଆସିଛି କି ଭଗବାନ ଶିବଙ୍କର ଜନ୍ମ କିପରି ହୋଇଛି ? ତାଙ୍କର ମାତା କିଏ ଏବଂ ପିତା କିଏ ? ତେବେ ଚାଲନ୍ତୁ ଆଜି ଆମେ ଜାଣିବା ଭଗବାନ ଶିବଙ୍କର ଜନ୍ମ କାହାଣୀ ।

ଶିବପୁରାଣ ଅନୁସାରେ ଭଗବାନ ଶିବଙ୍କୁ ସ୍ୱୟମ୍ଭୁ କୁହାଯାଏ । ଯାହାର ମାନେ ଭଗବାନ ଶିବଙ୍କର ଜନ୍ମ ସ୍ୱୟଂ ହୋଇଥିଲା ।ଏହି କଥାରୁ ତ ଆପଣ ସ୍ପଷ୍ଚ ହୋଇଯାଇଥିବେ ଯେ ମହାକାଳଙ୍କର ନା କେହି ମାତା ଅଛନ୍ତି ନା ପିତା । ପଞ୍ଚ ତତ୍ତ୍ୱରେ ଗଢା ମହାଦେବ ଯାହାଙ୍କର ମୃତ୍ୟୁ କେବେ ବି ହେବନାହିଁ ।

ପୁନଶ୍ଚ ଯଦି କହିବା ବିଷ୍ଣୁପୁରାଣ ଅନୁଯାୟୀ ଭଗବାନ ବିଷ୍ଣୁଙ୍କ ମଥାରୁ ଯେଉଁ କିରଣ ବାହାରିଥାଏ ସେଥିରୁ ମହାକାଳଙ୍କ ଜନ୍ମ ହୋଇଛି । ତେବେ କେବଳ ଶିବ ପୁରାଣ କି ବିଷ୍ଣୁ ପୁରାଣ ନୁହେଁ ଭଗବାନ ଶିବଙ୍କ ଜନ୍ମକୁ ନେଇ ବଡ ଲୋକମାନେ ମଧ୍ୟ କିଛି କହିଛନ୍ତି,ଯେତେବେଳେ ସୃଷ୍ଚିକର୍ତ୍ତା ବ୍ରହ୍ମା ଓ ବିଷ୍ଣୁ ଭଗବାନଙ୍କ ମଧ୍ୟରେ କିଏ ସଂସାରର ସବୁଠାରୁ ମହାନ କଥାକୁ ନେଇ ଝଗଡା ଲାଗିଥିଲା ସେତେବେଳେ ଅକସ୍ମାତ ଏକ ଜ୍ୱଳନ୍ତ ଖମ୍ବ ରୂପରେ ମହାଦେବ ଦୁଇ ଭଗବାନଙ୍କ ନିକଟରେ ପ୍ରକଟ ହୋଇଥିଲେ ପରନ୍ତୁ ମହାଦେବଙ୍କ ଏହି ମାୟାକୁ କେହି ବୁଝି ପାରିନଥିଲେ । ଜ୍ୱଳନ୍ତ ଖମ୍ବରୁ ଶୂନ୍ୟେ ଶୂନ୍ୟେ ଶବ୍ଦ ଆସିଥିଲା ଯେ ପ୍ରଥମେ ଯେ ଖମ୍ବର ଅନ୍ତ ଖୋଜି ବାହାର କରିଦେବ ସେ ହିଁ ମହାନ ଅଟେ । ଏହାକୁ ଶୁଣି ହଠାତ ବ୍ରହ୍ମା ଏକ ପକ୍ଷୀର ରୂପ ଧାରଣ କରି ଖମ୍ବର ଅନ୍ତ ଖୋଜିବାରେ ଲାଗିଲେ ଏବଂ ଭଗବାନ ବିଷ୍ଣୁ ଏକ ବରାହ ରୂପ ଧାରଣ କରି ଖୋଜିଲେ କିନ୍ତୁ କେହି ବି ଖମ୍ୱର ଅନ୍ତ ପାଇଲେ ନାହିଁ । ସଙ୍ଗେ ସଙ୍ଗେ ଭଗବାନ ଶିବ ନିଜ ପ୍ରକୃତ ରୂପରେ ପ୍ରକଟ ହୋଇଯାଇଥିଲେ ।ଏବଂ ଶେଷରେ ଦୁଇ ଭଗବାନ ମାନିନେଲେ ଯେ ଭଗବାନ ଶିବ ହିଁ ମହାନ ଓ ଶ୍ରେଷ୍ଠ ଅଟନ୍ତି । ଏଥିରୁ ସ୍ପଷ୍ଟ ହେଉଛି ଯେ ଭଗବାନ ଶିବଙ୍କର କୌଣସି ଜନ୍ମ ନାହିଁ କି ଅନ୍ତ ନାହିଁ । ସେ ସ୍ୱୟମ୍ବୁ ଅଟନ୍ତି ।

author

Related Articles

Leave a Reply

Your email address will not be published. Required fields are marked *