କେ ଶିବନଙ୍କ ନାଁରେ ଅଭିଯୋଗ ଆଣିଲେ ଏସ୍ ସୋମନାଥ

କେ ଶିବନଙ୍କ ନାଁରେ ଅଭିଯୋଗ ଆଣିଲେ ଏସ୍ ସୋମନାଥ

ଇସ୍ରୋର ପୂର୍ବତନ ମୁଖ୍ୟ କେ ଶିବନ ଏବଂ ବର୍ତ୍ତମାନ ମୁଖ୍ୟ ଏସ ସୋମନାଥଙ୍କ ମଧ୍ୟରେ ଦେଖାଦେଇଛି ବିବାଦ । ବର୍ତ୍ତମାନ ଇସ୍ରୋର ଅଧ୍ୟକ୍ଷ ଏସ୍ ସୋମନାଥନ ପୂର୍ବତନ ଅଧ୍ୟକ୍ଷ କେଶିବନଙ୍କ ନାମରେ ଆଣିଛନ୍ତି ସାଂଘାତିକ ଅଭିଯୋଗ । ନିଜ ପୁସ୍ତକ ମାଧ୍ୟମରେ ଅଭିଯୋଗ ଆଣିଛନ୍ତି । ଏସ ସୋମନାଥଙ୍କ ପୁସ୍ତକ ପ୍ରକାଶ ପାଇବା ପରେ ବିବାଦ ଦେଖଦେଇଛି । ଏସ୍ ସୋମନାଥ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି ଯେ ତରବରିଆ ପଦକ୍ଷେପ ଯୋଗୁଁ ଚନ୍ଦ୍ରଯାନ-୨ ମିଶନ ବିଫଳ ହୋଇଥିଲା । ସଫ୍ଟୱେୟାରରେ ତ୍ରୃଟି  ପାଇଁ ମିଶନ ଫେଲ ମାରିଥିଲା । କିନ୍ତୁ ଶିବନ ସତ ନକହି  ଲ୍ୟାଣ୍ଡର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ବୋଲି କହିଥିଲେ । ଏପରିକି ପୂର୍ବତନ ଅଧ୍ୟକ୍ଷ କେ ଶିବନ ତାଙ୍କୁ ମହାକାଶ କେନ୍ଦ୍ରର ଅଧ୍ୟକ୍ଷ କରାଇଦେବାକୁ ଚାହୁଁନଥିଲେ । ମାଲାୟାଲମ ଭାଷାରେ ନିଜ ଆତ୍ମଜୀବନୀରେ ଏସବୁ ଉଲ୍ଲେଖ କରିଛନ୍ତି ସୋମନାଥ । ପୁସ୍ତକ ପ୍ରକାଶ ପାଇବା ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି ।

author

Related Articles

Leave a Reply

Your email address will not be published. Required fields are marked *