କୋଇଲା ପଡୁଛି ମହଙ୍ଗା…….

କୋଇଲା ପଡୁଛି ମହଙ୍ଗା…….

ଆମେରିକାରୁ ଚାଇନା ପର୍ଯ୍ୟନ୍ତ ଏବଂ ବ୍ରିଟେନରୁ ଅଷ୍ଟ୍ରେଲିଆ ପର୍ଯ୍ୟନ୍ତ ବିଶ୍ୱର ଅଧିକାଂଶ ଦେଶ ସେମାନଙ୍କର ଶକ୍ତି କ୍ଷୁଧା ମେଣ୍ଟାଇବାକୁ କୋଇଲାର ବ୍ୟବହାର କରୁଛନ୍ତି । ଏହା କେବଳ ଏବେକାର ନୁହେଁ ଭବିଷ୍ୟତ ପିଢିଙ୍କ ପାଇଁ ମଧ୍ୟ ପ୍ରଭାବ ପକାଉଛି । ସୂଚନା ମୁତାବକ ୨୦୨୨ରେ ରେକର୍ଡ ପରିମାଣର ୩୬.୮ ଗିଗାଟନ କାର୍ବନ ନିର୍ଗମନ ହୋଇଛି । ୧୯୦୦ରୁ କାର୍ବନ ନିର୍ଗମନ ରେକର୍ଡ ହେବା ପରଠାରୁ ଏହା ହେଉଛି ସବୁଠାରୁ ଅଧିକ ।
ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସି(ଆଇଇଏ) ଗୁରୁବାର ଏକ ରିପୋର୍ଟରେ ପ୍ରକାଶ କରିଛି ଯେ ନିର୍ଗମନ ରେକର୍ଡ ବୃଦ୍ଧି ହେବାର କାରଣ ହେଉଛି ବିଶ୍ୱ ଶକ୍ତି ଉତ୍ପାଦନରେ ୦.୯ ପ୍ରତିଶତ ବୃଦ୍ଧି । ଆଇଇଏ ଅନୁଯାୟୀ, ଶକ୍ତି ଉତ୍ପାଦନ ପାଇଁ ସାରା ବିଶ୍ୱରେ କୋଇଲା ବ୍ୟବହାର ବୃଦ୍ଧି ପାଇଛି । ଆଇଇଏ କହିଛି ଏହା ଏବେ ଏକ ଦୁଶ୍ଚର୍କରେ ପରିଣତ ହୋଇଛି । ୨୦୨୨ରେ ଅଧିକ ପାଣିପାଗ ଘଟଣା ଅନେକ ସ୍ଥାନରେ ମରୁଡି ସୃଷ୍ଟି କରିଥିଲା ଏବଂ ଜଳ ବିଦ୍ୟୁତ ପ୍ରକଳ୍ପରୁ ଶକ୍ତି ଉତ୍ପାଦନ ହ୍ରାସ କରିଥିଲା । ଏହି ଅଭାବକୁ ପୂରଣ କରିବା ଏବଂ ଚାହିଦା ବୃଦ୍ଧି ପାଇଁ ଜୈବ ଇନ୍ଧନ ଓ କୋଇଲା ବ୍ୟବହାର କରିବାକୁ ପଡିଥିଲା ।

author

Related Articles

Leave a Reply

Your email address will not be published. Required fields are marked *