କୋଭାକ୍ସିନ ଟିକାରେ ରହିଛି ପାର୍ଶ୍ୱ ପ୍ରତିକ୍ରିୟା

କୋଭାକ୍ସିନ ଟିକାରେ ରହିଛି ପାର୍ଶ୍ୱ ପ୍ରତିକ୍ରିୟା

ପ୍ରଥମେ କୋଭିସିଲଡ ଟିକାର ପାର୍ଶ୍ୱ ପ୍ରତିକ୍ରିୟା ଏହାପରେ କୋଭାକ୍ସିନ ଟିକାର ପାର୍ଶ୍ୱ ପ୍ରତିକ୍ରିୟା ସାଧାରଣ ଜନତାଙ୍କ ମୁଣ୍ଡବିନ୍ଧାର କରାଣ ପାଲଟିଛି । ଦୀର୍ଘମିଆଦୀ ପ୍ରଭାବକୁ ଅନୁଧ୍ୟାନ କରି ବିଏଚୟୁର ଗବେଷକମାନଙ୍କ ଦ୍ୱାରା କରାଯାଇଛି ଏହି ଅଧ୍ୟୟନ କରି କୁହାଯାଇଛି କି ଭାରତ ବାୟୋଟେକର କୋଭାକ୍ସିନ୍ ଟିକାରେ ବି ଦେଖାଦେଇଛି ପାଶ୍ୱର୍ପ୍ରତିକ୍ରିୟା । ଯେଉଁଥିରେ ଜଣାପଡିଛି ଯେ କୋଭାକ୍ସିନ୍ ନେଇଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ଏକ ତୃତୀୟାଂଶ ଲୋକ ‘ଆଡଭର୍ସ ଇଭେଣ୍ଟସ୍ ଅଫ୍ ସ୍ପେସାଲ ଇଣ୍ଟରେଷ୍ଟ’ ବା ଏଇଏସଆଇ ନେଇ ରିପୋର୍ଟ କରିଛନ୍ତି । ପାର୍ଶ୍ୱ ପ୍ରତିକ୍ରିୟା ଅଧ୍ୟୟନ ପାଇଁ ପରୀକ୍ଷା କରାଯାଇଥିବା ୯୨୬ ଜଣ ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ପ୍ରାୟ ଏକ ତୃତୀୟାଂଶ ଏଇଏସଆଇ ରିପୋର୍ଟ କରିଥିଲେ । ଯେଉଁଥିରେ ଉପର ଶ୍ୱାସନଳୀ ସଂକ୍ରମଣ ସବୁଠାରୁ ସାଧାରଣ ଅଭିଯୋଗ ଥିଲା । ଷ୍ଟ୍ରୋକ୍ ଓ ଗିଲେନ୍-ବାର୍ ସିଣ୍ଡ୍ରୋମ୍ ଭଳି ଗୁରୁତର ଏଇଏସଆଇ ଲକ୍ଷଣ ଏକ ପ୍ରତିଶତ ବ୍ୟକ୍ତିଙ୍କଠାରେ ଦେଖିବାକୁ ମିଳିଥିଲା । ପୂର୍ବରୁ କୋଭିସିଲଡ ଟିକାର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଥିବା ବେଳେ ଏବେ କୋଭାକ୍ସିନ ଟିକାର ପ୍ରତିକ୍ରିୟା ଦେଖାଦେଇଛି ।

author

Related Articles

Leave a Reply

Your email address will not be published. Required fields are marked *