କୋରେଇରେ ବବିଙ୍କ ଭାଗ୍ୟ ପରୀକ୍ଷା

କୋରେଇରେ ବବିଙ୍କ ଭାଗ୍ୟ ପରୀକ୍ଷା

ରାଜ୍ୟରେ ତିନୋଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଆଉ ମାତ୍ର ଗୋଟିଏ ପର୍ଯ୍ୟାୟ ନିର୍ବାଚନ ବାକି ରହିଛି । ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଅନେକ ବରିଷ୍ଠ ନେତାଙ୍କ ଭାଗ୍ୟ ପରୀକ୍ଷା ସରିଯାଇଛି । ସେହିଭଳି ବିଜେଡିର ବରିଷ୍ଠ ନେତା ତଥା ସାଙ୍ଗଠନିକ ସଂପାଦକ ଓ ସମ୍ୱଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ଭାଗ୍ୟ ପରୀକ୍ଷା ହୋଇଯାଇଛି । ପରନ୍ତୁ ଗୋଟିଏ ଆସନରେ ସିନା ବବିଙ୍କ ଭାଗ୍ୟ ପରୀକ୍ଷା ହୋଇଯାଇଛି ହେଲେ ଆଉ ଗୋଟିଏ ଆସନ ବାକି ରହିଛି । ଆଉ ଆମେ କେଉଁ ନିର୍ବାଚନ ମଣ୍ଡଳୀ କଥା କହୁଛୁ ତାହା ତ ଆପଣମାନେ ନିଶ୍ଚିତ ଜାଣିପାରୁଥିବେ । ହଁ ଆଜ୍ଞା ଆସନ୍ତା 1 ତାରିଖରେ କୋରେଇରେ ପୁଣିଥରେ ହେବ ବବି ଦାସଙ୍କ ଭାଗ୍ୟ ପରୀକ୍ଷା । ବବିଙ୍କ ପାଇଁ ବିଜୁ ଜନତା ଦଳ ଏଠାରେ ଗେମ କରି ତାଙ୍କ ମାଆ ସନ୍ଧ୍ୟାରାଣୀଦାସଙ୍କୁ  ଟିକେଟ ଦେଇଛି କିନ୍ତୁ ବବିଙ୍କ ଗଣିତ ବିଗାଡିବା ପାଇଁ ଭାରତୀୟ ଜନତା ପାର୍ଟି କୋରେଇ ବିଧାନସଭା ଆସନରୁ ଆକାସ ଦାସ ନାୟକଙ୍କୁ ପ୍ରାର୍ଥୀ କରାଇଛି ।  ଆକାଶଙ୍କ ପଟୁଆର ଦେଖି ବବିଙ୍କୁ ବୋଧହୁଏ ଛାନିଆ ପଶିଲାଣି । ଆଉ ମାତ୍ର ଦିନ କେଇଟାର ଅପେକ୍ଷା ପରେ ଯାଜପୁର କୋରେଇରେ ଭୋଟ ପଡିବ । ଏଠାରେ ନାମକୁ ମାତ୍ର ସନ୍ଧ୍ୟାରାଣୀ ଦାସ ପ୍ରାର୍ଥୀ ହୋଇଛନ୍ତି ଅସଲରେ ତ ନିର୍ବାଚନ ଲଢୁଛନ୍ତି ବବି ଦାସ । ଆସନ୍ତା 1 ତାରିଖରେ କଣ ହେବ କୋରେଇ ଅଙ୍କ କାହାକୁ ଭରସା କରିବେ ଜନତା । ପରିବର୍ତ୍ତନର ନାରା ଦେଉଥିବା ଭାରତୀୟ ଜନତା ପାର୍ଟି ନା ଯୋଡି ଶଙ୍ଖ । ବବି ବନାମ ଆକାଶ ଲଢେଇରେ କିଏ ଜିତିବ କୋରେଇ ବାଜି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *