କୋର୍ଟରେ ବସି କାନ୍ଦୁଛନ୍ତି ଅନୁଭବ ବସୁଛନ୍ତି ବର୍ଷା !

କୋର୍ଟରେ ବସି କାନ୍ଦୁଛନ୍ତି ଅନୁଭବ ବସୁଛନ୍ତି ବର୍ଷା !

ବର୍ଷ ବର୍ଷ ଧରି ଚର୍ଚ୍ଚାରେ ରହି ଆସୁଛନ୍ତି ଓଲିଉଡର ଦୁଇ ଚର୍ଚ୍ଚିତ ଯୋଡି । ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦ ତୁଟିବାର ନାଁ ଧରୁନି । ଏବେ ପର୍ଯ୍ୟନ୍ତ ମଧ୍ୟ କୋର୍ଟକୁ ଧାଉଁଛନ୍ତି ଏହି ଦୁଇ ଦମ୍ପତି । ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହେବା ପରେ ମଧ୍ୟ ଏବେ ବି କୋର୍ଟରେ ବିଚାର ଚାଲିଛି । ଯେଉଁଥିପାଇଁ ଅନୁଭବଙ୍କ ନ କାଇ ନପିଇ ଅନୁଭବ କୋର୍ଟରେ ବସୁଛନ୍ତି । କିନ୍ତୁ ଅନୁଭବଙ୍କ ନାଁରେ ଅଭିଯୋଗ କରୁଥିବା ବର୍ଷାଙ୍କର ଦେଖାନାହିଁ । ଅଭିନେତା ଅନୁଭବଙ୍କ ନାଁ ବର୍ଷା ପ୍ରିୟଦର୍ଶିନୀ ଏପରି ଅଭିଯୋଗ ଆଣିଛନ୍ତି ଯାହା ସମ୍ପୂର୍ଣ୍ଣ ମିଥ୍ୟା ଏବଂ ପ୍ରମାଣହୀନ । ବର୍ଷାଙ୍କ ପାଇଁ ସବୁବେଳେ ଅଶାନ୍ତିରେ ରହୁଥିବା ଅନୁଭବ ମହାନ୍ତି ବର୍ଷାଙ୍କ ପାଇଁ ହଇରାଣର ଶିକାର ହେଉଛନ୍ତି । ଦୁହିଁଙ୍କ ଛାଡପତ୍ର ମାମଲାକୁ ଦୀର୍ଘ ବର୍ଷ ବତିଥିଲେ ସୁଦ୍ଧା ଏବେ ପର୍ଯ୍ୟନ୍ତ ତାର କୌଣସି ସମାଧାନ ହୋଇପାରୁନାହିଁ । ନୂଆ ନୂଆ ମୋଡକୁ ଗତି କରୁଛି ଉଭୟଙ୍କ ପ୍ରେମ କାହାଣୀ । କେତେବେଳେ ଅନୁଭବଙ୍କ ଦ୍ୱାର ନିର୍ଯ୍ୟାତିତ ହେବାର ଅଭିଯୋଗ ଆଣୁଛନ୍ତି ବର୍ଷା ପ୍ରିୟଦର୍ଶିନୀ ତ କେତେବେଳେ ଏହି ଅଭିଯୋଗକୁ ଖଣ୍ଡନ କରୁଛନ୍ତି ଅନୁଭବ ମହାନ୍ତି । ବିନା ତଥ୍ୟ ପ୍ରମାଣରେ ଅନୁଭବଙ୍କ ନାମରେ ଅଭିଯୋଗ କରୁଥିବା ହେତୁ ବର୍ଷାଙ୍କୁ ନିବେଦନ କରିଛନ୍ତି ଏବଂ କହିଛନ୍ତି କୋର୍ଟକୁ ସମ୍ମାନ ଜଣାଇ କୋର୍ଟର ଆଦେଶକୁ ପାଳନ କରନ୍ତୁ । ତେବେ ପୁରୀଘାଟ ଥାନାରେ ଅନୁଭବ ଏବଂ ତାଙ୍କ ଦୁଇ ସହଯୋଗୀଙ୍କ ନାମରେ ହୋଇଥିବା ଅଭିଯୋଗର ଶୁଣାଣି ହେବାକୁ ଯାଉଛି ତେବେ ଏହି ମାମଲାର ନିଷ୍ପତ୍ତି ବର୍ଷା ନା ଅନୁଭବ କାହା ଉପରେ ଯାଉଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *