କୋର୍ଟରେ ହାଜର ହେଲେନି ଅନୁଭବ ମହାନ୍ତି

କୋର୍ଟରେ ହାଜର ହେଲେନି ଅନୁଭବ ମହାନ୍ତି

କଟକ ଜେଏମଏଫସି ସ୍ୱତନ୍ତ୍ର କୋର୍ଟରେ ହାଜର ହେଲେନି ଅଭିନେତା ତଥା ବିଜେପି ନେତା ଅନୁଭବ ମହାନ୍ତି । ବ୍ୟକ୍ତିଗତ କାରଣ ଦର୍ଶାଇ ଓକିଲଙ୍କ ଜରିଆରେ କୋର୍ଟଙ୍କୁ ମାଗିଲେ ସମୟ । ବର୍ଷାଙ୍କ ଦ୍ୱାରା ଦାଏର କରାଯାଇଥିବା ମାମଲା ଉପରେ କୋର୍ଟ ଆଜି ଚାର୍ଜଫ୍ରେମ ଦାୟର କରିବାର ଥିଲା । କିନ୍ତୁ ଅନୁଭବଙ୍କ ଆବେଦନକୁ ବିଚାର କରି କୋର୍ଟ ତାଙ୍କୁ ସମୟ ଦେଇଥିବା ସୂଚନା ମିଳିଛି । ଆସନ୍ତା ସୋମବାର ଅନୁଭବ କୋର୍ଟରେ ହାଜର ହେବେ ବୋଲି ଜଣାପଡିଛି ।
ଅନୁଭବଙ୍କ ବିରୋଧରେ ଚାର୍ଜଫ୍ରେମ ଦାଖଲ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ବର୍ଷା ପ୍ରିୟଦର୍ଶନୀଙ୍କ ପକ୍ଷରୁ କରାଯାଇଥିବା ଘରୋଇ ହିଂସା ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଥିଲେ କଟକ ଜେଏମଏଫସି ସ୍ୱତନ୍ତ୍ର କୋର୍ଟ । ଅନୁଭବଙ୍କ ବିରୋଧରେ କଟକ ପୁରୀଘାଟ ଥାନରେ ବର୍ଷା ଅଭିଯୋଗ କରିଥିଲେ । ଏହି ମାମଲା ଏବେ କୋର୍ଟରେ ବିଚାରଧୀନ ଅଛି ।

author

Related Articles

Leave a Reply

Your email address will not be published. Required fields are marked *