କୋହଲିଙ୍କ ରେକର୍ଡ ଭାଙ୍ଗିଲେ ବୈଭବ…

କୋହଲିଙ୍କ ରେକର୍ଡ ଭାଙ୍ଗିଲେ ବୈଭବ…

କ୍ରିକେଟ ଜଗତରେ ଧମାଲ କଲେ 14 ବର୍ଷୀୟ ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ । କିଙ୍ଗ କୋହଲିଙ୍କ ରେକର୍ଡ ଭାଙ୍ଗିଲେ ବୈଭବ । ୧୯ ବର୍ଷରୁ କମ୍ ଯୁବ ଦିନିକିଆରେ ଭାରତ ପାଇଁ ସର୍ବାଧିକ ରନ ସ୍କୋରର ଭାବରେ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି ବୈଭବ । ବିରାଟ ୨୮ ବର୍ଷରୁ UNDER 19 ଯୁବ ଦିନିକିଆରେ ମୋଟ ୯୭୮ ରନ୍ କରି ୬ ଟି ଅର୍ଦ୍ଧଶତକ ଏବଂ ଗୋଟିଏ ଶତକ କରିଥିବା ବେଳେ ବୈଭବ ଏବେ ଏହି କ୍ଷେତ୍ରରେ ତାଙ୍କୁ ପଛରେ ଛାଡ଼ି ଦେଇଛନ୍ତି । ଏହା ବ୍ୟତୀତ ବୈଭବ ସୂର୍ଯ୍ୟବଂଶୀ ଶତକ କ୍ଷେତ୍ରରେ ମଧ୍ୟ ବିରାଟଙ୍କୁ ପଛରେ ପକାଇ ଦେଇଛନ୍ତି । ତାଙ୍କର ଯୁବ ଦିନିକିଆରେ ମୋଟ ତିନୋଟି ଶତକ ଏବଂ ପାଞ୍ଚଟି ଅର୍ଦ୍ଧଶତକ ରହିଛି । ଏହି ଯୁବ ଭାରତୀୟ ସେନସେସନ୍ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛନ୍ତି । ଏହା ସହିତ ବୈଭବ ସୂର୍ଯ୍ୟବଂଶୀ ୧୪ ବର୍ଷ ୨୯୪ ଦିନ ବୟସରେ ତାଙ୍କର UNDER 19 ବିଶ୍ୱକପରେ ଡେବ୍ୟୁ କରିଥିଲେ । ୧୫ ବର୍ଷ ବୟସ ପୂର୍ବରୁ ବିଶ୍ୱକପ୍ ମ୍ୟାଚ୍ ଖେଳିଥିବା ପ୍ରଥମ ଭାରତୀୟ ଭାବେ ମଧ୍ୟ ବୈଭବ ସୂର୍ଯ୍ୟବଂଶୀ ରେକର୍ଡ କରିଛନ୍ତି ।

administrator

Related Articles

Leave a Reply

Your email address will not be published. Required fields are marked *