କୋହଲି,ରାହୁଲ ଓ କୁଲଦୀପ ଙ୍କ କମାଲ

କୋହଲି,ରାହୁଲ ଓ କୁଲଦୀପ ଙ୍କ କମାଲ

ଚଳିତ ଏସିଆ କପ ରେ ପାକିସ୍ତାନ ବିପକ୍ଷରେ ଦମଦାର ବିଜୟ ହାସଲ କରିଛି ଭାରତ । ବର୍ଷା ପାଇଁ ସୋମବାର ପ୍ରାୟ ଦେଢ ଘଣ୍ଟା ବିଳମ୍ବ ରେ ମ୍ୟାଚ ଆରମ୍ଭ ହୋଇଥିଲା ମଧ୍ୟ ବହୁ ଦ୍ୱନ୍ଦ ରେ ଥିବା ଏହି ମ୍ୟାତ ରେ ଭାରତ 356 ରନ ର ସ୍କୋର କରି  ପାକିସ୍ତାନ କୁ ଧୂଳି ଚଟାଇଛି । 228 ରନ ବ୍ୟବଧାନ ରେ ପାକିସ୍ତାନ କୁ ହରାଇଛି ଭାରତ । ପାକିସ୍ତାନ କୁ ଭାରତୀୟ ବୋଲର କୌଣସି ଭାବେ ଆଗକୁ ବଢିବାକୁ ଦେଇନଥିଲେ । ବର୍ଷା କାରଣରୁ କଲମ୍ବୋର ଆର୍‌ ପ୍ରେମଦାସା ଷ୍ଟାଡିୟମ୍‌ରେ କମ୍ ଦର୍ଶକ ଥିଲେ ସତ, କିନ୍ତୁ ରୋମାଞ୍ଚ ସବୁଠାରୁ ଅଧିକ ଥିଲା। କୋହଲି ୯୪ ବଲ୍‌ରୁ ୧୨୨* ରନ୍‌ରେ (୯ ଚୌକା, ୩ ଛକା) ଏବଂ ରାହୁଲ ୧୦୬ ବଲ୍‌ରୁ ୧୧୧* ରନ୍‌ (୧୨‌ ଚୌକା, ୧ ଛକା) ଅପରାଜିତ ରହି ପାକିସ୍ତାନକୁ ବ୍ୟାକ୍‌ଫୁଟ୍‌ରେ ରଖିଥିଲେ ଏବଂ କୁଲଦୀପ ଯାଦବଙ୍କ 5 ୱିକେଟ ସଫଳତା ମଧ୍ୟ ଭାରତକୁ ସହଜ ବିଜୟ ଦେଇଥିଲା ।  ସୁପର୍‌ ଫୋର୍‌ରେ ଭାରତ କ୍ରମାଗତ ତୃତୀୟ ଦିନ ମଧ୍ୟ ପଡ଼ିଆରେ ରହିବ। ମଙ୍ଗଳବାର ଭାରତ ନିଜ ପରବର୍ତୀ ମ୍ୟାଚ୍‌ରେ ଶ୍ରୀଲଙ୍କା ସହ ଖେଳିବ। କୋହଲିଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଛି।

author

Related Articles

Leave a Reply

Your email address will not be published. Required fields are marked *