ଓଡିଶାରେ ବାତ୍ୟା ଦାନାର ତାଣ୍ଡବ ସରିବା ପରେ ଦାନାର କ୍ଷୟକ୍ଷତି ଆକଳନ ସରିଛି । ଆଉ ଦିନକ ପରେ କ୍ଷତିଗ୍ରସ୍ତଙ୍କ ଆକାଉଣ୍ଟକୁ ଯିବ ଟଙ୍କା । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ମୁତାବକ ପ୍ରାଥମିକ ସ୍ତରରେ ୧୪ ଜିଲ୍ଲାରେ ପ୍ରାୟ ୬୦୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ଆକଳନ ହୋଇଛି । ଏହି କ୍ରମରେ ଚାଷୀଙ୍କୁ ପ୍ରଥମେ କ୍ଷତିପୂରଣ ଦେବେ ରାଜ୍ୟ ସରକାର । ଦିନେ କି ଦୁଇ ଦିନ ମଧ୍ୟରେ ସମସ୍ତ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ । କେନ୍ଦ୍ରୀୟ ସହାୟତାକୁ ଅପେକ୍ଷା ନ କରି ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ପ୍ରଥମ ଚାଷୀଙ୍କୁ ଦେବେ କ୍ଷୟକ୍ଷତି ବାବଦ ଟଙ୍କା ।
You can share this post!
author