ନିଜ ବିବାଦୀୟ ବୟାନ ପାଇଁ ଶେଷରେ କ୍ଷମା ମାଗିଲେ ବ୍ରହ୍ମପୁର ଏସପି । ହାଇକୋର୍ଟରୁ ପଡିଲା ପ୍ରେସର ଭୁଲ୍ ସ୍ୱୀକାର କଲେ ବ୍ରହ୍ମପୁର ଏସପି । ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ବିବାଦୀୟ ବୟାନ ଦେଇ ଫସିଥିଲେ ବ୍ରହ୍ମପୁର ଏସପି ସରବଣା ବିବେକ ଏମ୍ । ହତ୍ୟା ମାମଲା ସହିତ ହାଇକୋର୍ଟରେ ବିଚାରଧୀନ ଏକ ନିର୍ବାଚନ ମାମଲାକୁ ଯୋଡି ବିବାଦୀୟ ବିବୃତ୍ତି ଦେଇଥିଲେ ଏସପି । ଏପରିକି ଏହି ଦୁଇଟି ମାମଲାକୁ ଯୋଡି ହତ୍ୟା ଘଟଣାରେ ବିଜେଡି ଜିଲ୍ଲା ସଭାପତି ବିକ୍ରମ ପଣ୍ଡା ମୁଖ୍ୟ ଅଭିଯୁକ୍ତ ଥିବା ଦର୍ଶାଇଥିଲେ ବ୍ରହ୍ମପୁର ଏସପି । ଯାହାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇବା ସହିତ ହାଇକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିବା ସହିତ ପ୍ରସଙ୍ଗକୁ ଗୁରୁତର ସହ ନେଇଥିଲେ । ଏବଂ ବିଚାରଧୀନ ନିର୍ବାଚନୀ ମାମଲା ସମ୍ପର୍କରେ ବ୍ରହ୍ମପୁର ଏସପି କିପରି ଗଣମାଧ୍ୟମରେ ବୟାନ ଦେଲେ ସେନେଇ ଆପତ୍ତି ପ୍ରକାଶ କରିଥିଲେ । ଏବଂ ଏହି ସଂକ୍ରାନ୍ତରେ ବ୍ରହ୍ମପୁର ଏସପିଙ୍କ ଜବାବ ନେଇ ନିର୍ଦ୍ଦେଶ ଦେଇଥିଲେ । କେଉଁ ପରିସ୍ଥିତିରେ ଏବଂ କେଉଁ କାରଣରୁ ଏସପି ଏପରି ବକ୍ତବ୍ୟ ଦେଲେ, ଏବଂ ଏସପିଙ୍କ ଆଚରଣକୁ ଅଦାଲତଙ୍କ ଅବମାନନା ଭାବେ କାହିଁକି ଗ୍ରହଣ କରାନଯିବ ସେନେଇ ଲିଖିତ ସ୍ପଷ୍ଟୀକରଣ ମାଗିଥିଲେ ହାଇକୋର୍ଟ । ଯାହାର ଜବାବ କୋର୍ଟଙ୍କ ନିର୍ଦ୍ଦେଶର ଶେଷ ତାରିଖ ଦିନ ବ୍ରହ୍ମପୁର ଏସପି ଦେଇଥିଲେ । କିନ୍ତୁ ହାଇକୋର୍ଟ ଏସପିଙ୍କ ଜବାବକୁ ଅଗ୍ରାହ୍ୟ ପ୍ରକାଶ କରିଥିଲେ । ଏବଂ ସତ୍ୟପାଠ ଜରିଆରେ ସ୍ପଷ୍ଟୀକରଣ ଦେବାକୁ ପୁନଃ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏବେ ଏହି ମାମଲାରେ ଏସପି ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇ ନିଜ ବୟାନ ପାଇଁ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଥିବା ସୂଚନା ମିଳିଛି । ଯାହାକୁ ଗ୍ରହଣ କରି ଏସପିଙ୍କ ବିରୁଦ୍ଧରେ ଅଦାଲତ କୌଣସି ମାମଲା ନଚଳାଇବାକୁ ଓଡିଶା ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ଏହା ସହିତ ମାମଲା ବିଚାରଧୀନ ଥିବା ବେଳେ ଏଭଳି ମନ୍ତବ୍ୟ ନଦେବାକୁ ତାଗିଦ କରିଥିବା ସୂଚନା ମିଳିଛି ।
You can share this post!
author
Related Articles
ତେଜିବାରେ ଲାଗିଛି ବରଗଡ ରାଜନୀତି…
- February 9, 2026
ଦୁଇ ମୋହନଙ୍କ ପାଇଁ ଭାଙ୍ଗିବ ବିଜେପି !
- February 9, 2026
ବିଦ୍ୟୁତ କର୍ମଚାରୀଙ୍କ ଆନ୍ଦୋଳନ …
- February 9, 2026
