କ୍ୟାପଟେନ୍ କୁଲ୍‌ଙ୍କ ଯୁଗ ଶେଷ

କ୍ୟାପଟେନ୍ କୁଲ୍‌ଙ୍କ ଯୁଗ ଶେଷ

ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଥିବା କ୍ରିକେଟ୍ ମହାସମରର ଦିନକ ପୂର୍ବରୁ କ୍ରିକେଟ୍ ପ୍ରେମୀଙ୍କୁ ଏକ ବଡ ଝଟକା ଲାଗିଛି । ଆଇପିଏଲର ଏକ ଟିମ୍ ଚେନ୍ନାଇ ସୁପରକିଙ୍ଗର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂହ ଧୋନୀ । ପ୍ରତିଥର ଭଳି ଏଥର ମଧ୍ୟ ସେ ସରପ୍ରିଜ ଦେଇଛନ୍ତି । କେହି କିଛି ଭାବିବା ଆଗରୁ ଆଇପିଏଲର ଅଧିନାୟକ ପଦରୁ ହଟିଯାଇଛନ୍ତି ଧୋନୀ । ଲାଗୁଥିଲା ଚଳିତ ସିଜନରେ ମଧ୍ୟ ଚେନ୍ନାଇ ସୁପର କିଙ୍ଗସର ନେତୃତ୍ୱ ନେବେ ଧୋନୀ । କିନ୍ତୁ ୪୨ ବର୍ଷୀୟ ମାହି ସବୁଥର ଭଳି ନିଜର ନିଷ୍ପତି ଦ୍ୱାରା ସମସ୍ତଙ୍କୁ ଚମକାଇ ଦେଇଛନ୍ତି । କ୍ୟାରିୟରର ଶେଷ ସମୟରେ ଧୋନୀ ନେତୃତ୍ୱ ଭାର ଯୁବ କ୍ରିକେଟର ଋତୁରାଜ ଗାଏକ୍ୱାଡଙ୍କୁ ପ୍ରଦାନ କରିଛନ୍ତି । ଆଉ ଅଧିନାୟକ ଭାବେ ଧୋନୀଙ୍କ ଗୋଲ୍ଡେନ ଏରା ବା ସ୍ୱର୍ଣ୍ଣିମ ଯୁଗ ଶେଷ ହୋଇଛି । ଆସନ୍ତାକାଲି ଠାରୁ ଆଇପିଏଲର ସପ୍ତଦଶ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି । ଏହାର ଠିକ୍ ୨୪ ଘଂଟା ପୂର୍ବରୁ ଚେନ୍ନାଇ ତା’ର ନୂଆ ଅଧିନାୟକ ଭାବେ ଗାଏକ୍ୱାଡଙ୍କୁ ଘୋଷଣା କରିଛି । ଖୋଦ୍ ଧୋନୀ ନିଜେ କ୍ୟାପଟେନ୍ ପଦରୁ ଓହରିବା ସହ ଗାଏକ୍ୱାଡଙ୍କୁ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ଧୋନୀଙ୍କ ଏହି ନିଷ୍ପତି ନିଶ୍ଚିତ ଭାବେ ତାଙ୍କର ଫ୍ୟାନଙ୍କୁ ବଡ଼ ଝଟକା ଦେଇଛି ।

author

Related Articles

Leave a Reply

Your email address will not be published. Required fields are marked *