କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳି ବଦଳିର ଆଜି ଡିଏନଏ ଟେଷ୍ଟ

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳି ବଦଳିର ଆଜି ଡିଏନଏ ଟେଷ୍ଟ

ଗତ କିଛି ତଳେ କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ଅଦଳି ବଦଳି ଘଟଣା ଘଟିଥିଲା ।ଏହି ଅଭାବନୀୟ ଘଟଣାରେ କୋର୍ଟର ନିର୍ଦ୍ଦେଶ କ୍ରମେ ଆଜି ଡିଏନଏ ଟେଷ୍ଟ କରାଯିବ । କ୍ୟାପିଟାଲ ଥାନା ପୋଲିସ କୋର୍ଟରେ ପୂର୍ବରୁ ଆବେଦନ ସଫଳ ହୋଇଛି। ଅଭିଯୋଗକାରୀ ପ୍ରାଣକୃଷ୍ଣ ବିଶ୍ୱାଳ, ତାଙ୍କ ପତ୍ନୀ ଓ ଶିଶୁର ସାମ୍ପଲ ଆଜି ସଂଗ୍ରହ କରାଯିବ । ରିପୋର୍ଟ ମିଳିବା ପରେ ସତ୍ୟ ପଦାକୁ ଆସିବ । ସେପଟେ ଉଭୟ ମା’ ଓ ଶିଶୁ ସୁସ୍ଥ ଥିବା ଡାକ୍ତରୀ ଟିମ୍ ପକ୍ଷରୁ ସୂଚନା ଦିଆଯାଇଛି । ଝିଅ ଜନ୍ମ ହୋଇଥିବା କଥା ମା’ ମାନୁଥିବା ବେଳେ ବାପା କିନ୍ତୁ ମାନିବାକୁ ନାରାଜ । ଘଟଣାରେ କ୍ୟାପିଟାଲ ଥାନାରେ ମାମଲା ରୁଜୁ କରାଯାଇଥିବା ବେଳେ କାର୍ଯ୍ୟରେ ଅବହେଳା ଦର୍ଶାଇ ମହିଳା ଆଟେଣ୍ଡାଂଟକୁ ନିଲମ୍ବିତ କରିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ।

author

Related Articles

Leave a Reply

Your email address will not be published. Required fields are marked *