ଖଡିଆଳରେ ବିଜେଡି ପାଇଁ ବରଦାନ ସାଜିବେ କି ଅଧିରାଜ ?

ଖଡିଆଳରେ ବିଜେଡି ପାଇଁ ବରଦାନ ସାଜିବେ କି ଅଧିରାଜ ?

ନିର୍ବାଚନ ପାଇଁ ଉଠୁଛି ପଡୁଛି ରାଜ୍ୟ ରାଜନୀତି । ପ୍ରାର୍ଥୀଙ୍କ ପ୍ରଚାରରେ କମ୍ପୁଛି ସାରା ରାଜ୍ୟ । ଆଉ ଏହାରି ମଧ୍ୟରେ ଚର୍ଚ୍ଚାକୁ ଆସିଛି ଖଡିଆଳ ରାଜନୀତି । କଳାହାଣ୍ଡି ସଂସଦୀୟ କ୍ଷେତ୍ରର ଅନ୍ୟତମ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ଖଡିଆଳରେ ରାଜନୈତିକ ଉଷ୍ମତା ବଢିଛି । କାରଣ ଏଥର ଖଡିଆଳରେ ଦଳ ବଦଳ ନେତା ପ୍ରାର୍ଥୀ ହୋଇଛନ୍ତି । ଏହି ଆସନରେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି କଂଗ୍ରେସର ଆମଦାନୀ ନେତା ଅଧିରାଜ ପାଣିଗ୍ରାହୀ । ଅଧିରାଜ ଦୀର୍ଘ ବର୍ଷ ଧରି କଂଗ୍ରେସରେ ରହିଥିଲେ । ଗତ ନିର୍ବାଚନରେ କଂଗ୍ରେସ ଟିକେଟରୁ ପ୍ରଥମ ଥର ପାଇଁ ବିଧାୟକ ମଧ୍ୟ ହୋଇଥିଲେ । କିନ୍ତୁ ଚଳିତ ନିର୍ବାଚନ ପୂର୍ବରୁ ସେ ଶଙ୍ଖ ଧରିଛନ୍ତି । ଆଉ ଶଙ୍ଖ ଚିହ୍ନରୁ ଖଡିଆଳ ଆସନ ପାଇଁ ଟିକେଟ ହାତେଇଛନ୍ତି । ତେବେ ଏହି ଆସନରେ ବିଜେଡି ମାତ୍ର ୨ ଥର ୨୦୦୦ ଏବଂ ୨୦୦୪ ରେ ବିଜୟୀ ହୋଇଛି । ଏହା ପରଠାରୁ ଲଗାତାର ୩ ଥର ବିଜେଡି ପରାଜୟର ମୁହଁ ଦେଖିଛି । ଆଉ ଏଥର ବିଜେଡି ସତ୍ତାକୁ ଆସିବ ନା ପୁଣି ଥରେ ସତ୍ତା ହରେଇବ ତାକୁ ନେଇ ବିଜେଡିର ହୃଦୟ ଏବେ ବି ଧଡଧଡ ହେଉଛି । ଅନ୍ୟପଟେ ୨୦୦୯ ଏବଂ ୨୦୧୪ ନିର୍ବାଚନରେ ଏଠାରେ ବିଜେପିର ବିଜୟ ରଥ ଗଡିଥିଲା । କିନ୍ତ ୨୦୧୯ ନିର୍ବାଚନରେ ସେଥିରେ ବ୍ରେକ ଲଗାଇଥିଲେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଅଧିରାଜ ପାଣିଗ୍ରାହୀ । କିନ୍ତୁ ଏଥର ତାଙ୍କ ହାତରେ ଶଙ୍ଖ ରହିଛି । ଏବଂ ସେ ଚଳିତ ନିର୍ବାଚନରେ ଖଡିଆଳରେ ଶଙ୍ଖ ଦଳରୁ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି । ସେପଟେ ବିଜେପି ମଧ୍ୟ ଜଣେ ଅଭିଜ୍ଞ ନେତାଙ୍କୁ ମଇଦାନକୁ ଓହ୍ଲାଇଛି । ୨୦୦୯ରେ ଏହି ଆସନରୁ ବିଧାୟକ ହୋଇଥିବା ହିତେଶ ବଗର୍ତ୍ତୀ ଙ୍କୁ ଦଳ ପୁଣିଥରେ ଭରସା କରିଛି । ହିତେଶ ଏହି ଆସନରୁ ପୂର୍ବରୁ ବିଧାୟକ ରହିଥିବା ବେଳେ ରାଜନୀତିରେ ସେ ବେଶ୍ ଅଭିଜ୍ଞ । ଅନ୍ୟପଟେ କଂଗ୍ରେସ କିନ୍ତୁ ଯୁବ ନେତାଙ୍କୁ ରଣକ୍ଷେତ୍ରକୁ ଓହ୍ଲାଇଛି । କଂଗ୍ରେସରୁ କମଳ ଚନ୍ଦ୍ର ତାଣ୍ଡିଙ୍କୁ ଖଡିଆଳର ଦାୟିତ୍ୱ ମିଳିଛି । ଦୁଇ ଭେଟେରାନଙ୍କୁ ଟକ୍କର ଦେବା ପାଇଁ ଯୁବନେତାଙ୍କୁ ଭରସିଛି କେଂଗ୍ରେସ । ଯାହାକୁ ନେଇ ଆଲୋଚନା ଚାଲିଛି ଯେ, ଚଳିତ ଥର ଏହି ଆସନରେ ୨ ଅଭିଜ୍ଞଙ୍କ ସହ ଜଣେ ନ୍ୟୁ କମରଙ୍କ ଫାଇଟ ରୋଚକ ହେବ ବୋଲି । ଏପରିକି ୩ ଜଣ ପ୍ରାର୍ଥୀ ପ୍ରଚାର ମଇଦାନର ତାତି ମଧ୍ୟ ବଢାଇସାରିଲେଣି । ତେବେ ଏହି ଆସନରେ ତିନି ଦଳ ଶାସନ ଗାଦିରେ ବସିଥିବା ବେଳେ ଏଥର ଏହି ଆସନରେ କିଏ ବାଜି ମାରୁଛି ଏବଂ ବିଜେଡି ସତ୍ତା ପରିବର୍ତ୍ତନ କରିପାରୁଛି ନା ନାହିଁ ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *