ଖଣ୍ଡପଡାରୁ ପ୍ରାର୍ଥୀ ହେବେ ଇରାନୀ !

ଖଣ୍ଡପଡାରୁ ପ୍ରାର୍ଥୀ ହେବେ ଇରାନୀ !

ଦର୍ଶକବନ୍ଧୁ ଉଷ୍ମ ହେଉଛି ଓଡିଶାର ରାଜନୈତିକ ପାଣିପାଗ । ଓଡିଶାର ପ୍ରମୁଖ ରାଜନୈତିକ ଦଳ ବିଜୁ ଜନତା ଦଳର କେତୋଟି ଆସନକୁ ନେଇ ଅଙ୍କକଶା ଛିଡୁନି । ଏହାରି ଭିତରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଧାନସଭା କ୍ଷେତ୍ର ହେଉଛି ଖଣ୍ଡପଡା ବିଧାନସଭା କ୍ଷେତ୍ର । ସୌମ୍ୟ ପଟ୍ଟନାୟକ ବିଜେଡିରୁ ବହିଷ୍କୃତ ହେବା ପରେ ଏହି ଆସନରେ କାହାକୁ ପ୍ରାର୍ଥୀ କରାଇବ ବିଜେଡି ସେ ନେଇ ବଢୁଛି ଦ୍ୱନ୍ଦ । କୁହାଯାଉଛି କି ବିଜେପି ଛାଡି ବିଜେଡିରେ ମିଶିବା ପରେ ଇରାନୀ ରାୟଙ୍କୁ ଦଳ ଖଣ୍ଡପଡା ଟିକେଟ ଦେଇପାରେ । ଅନ୍ୟପଟେ କୁହାଯାଉଛି କି  ସୌମ୍ୟ ପଟ୍ଟନାୟକଙ୍କ ସହ ଯୋଗଯୋଗରେ ଅଛନ୍ତି ବିଜେଡିର କିଛି ପୁରୁଖା ନେତା । କିଛି ଦିନ ତଳେ ସୌମ୍ୟଙ୍କ ଘର ବାହୁଡିବା ନେଇ ବହୁ ଚର୍ଚ୍ଚା ମଧ୍ୟ ହେଉଥିଲା ଏବଂ ପୁଣିଥରେ ବିଜେଡିରୁ ସେ ଖଣ୍ଡପଡାରୁ ଟିକେଟ ପାଇ ପ୍ରାର୍ଥୀ ହୋଇପାରନ୍ତି । ଅନ୍ୟପଟେ ଇରାନୀ ରାୟଙ୍କୁ ହୁଏତ ବିଜେଡି ନିରାସ କରି ନପାରେ । ଆହୁରି ମଧ୍ୟ ବଜୁ ଜନତା ଦଳରେ ଏହି ଆସନ ପାଇଁ ମାଳ ମାଳ ଆଶାୟୀ ରହିଛନ୍ତି । ଯାହାକୁ ଟେନସନରେ ସୁପ୍ରିମୋ । ଯଦି ସୌମ୍ୟଙ୍କ ଘର ବାହୁଡା ହୁଏ ତେବେ ନିଶ୍ଚୟ ଭାବେ ଏହି ଆସନ ତାଙ୍କ ହାତକୁ ଯିବ । ଆଉ ଯଦି ସେପରି ନ ହୁଏ ତେବେ ଏହି ଆସନରୁ ପ୍ରାର୍ଥୀ ହେବେ ବିଜେଡି ନେତ୍ରୀ ଇରାନୀ ରାୟ । ତେବେ ଦେଖିବାକୁ ବାକି ରହିଲା କେବେ ଦୂର ହେବ ଖଣ୍ଡପଡା ଦ୍ୱନ୍ଦ ।

author

Related Articles

Leave a Reply

Your email address will not be published. Required fields are marked *