ଖଣ୍ଡପଡାରେ ଗେମ ଚେଞ୍ଜର ହେବେ ଅନୁଭବ !

ଖଣ୍ଡପଡାରେ ଗେମ ଚେଞ୍ଜର ହେବେ ଅନୁଭବ !

ରୋଚକ ମୋଡରେ ଖଣ୍ଡପଡାର ରାଜନୀତି । ଚଳିତ ନିର୍ବାଚନ ପାଇଁ ବିଜୁ ଜନତା ଦଳ କିଛି ଭିନ୍ନ ରଣନୀତି ରଚିଛି । ମହିଳା ମାନଙ୍କୁ ସଶକ୍ତ ଓ ସ୍ୱାବଲମ୍ୱୀ କରାଉଥିବା ବିଜେଡି ଚଳିତ ନିର୍ବାଚନ ପାଇଁ ଖଣ୍ଡପଡାରୁ ଜଣେ ମହିଳାଙ୍କୁ ପ୍ରାର୍ଥୀ କରାଇଛି । ଭାପୁର ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ପ୍ରଧାନଙ୍କୁ ଟିକେଟ ଦେଇଛନ୍ତି ବିଜେଡି ସୁପ୍ରିମୋ । ଏହି ଆସନ ପାଇଁ ଆଶାୟୀ ଥିବା ତଥା ବିଜେଡିର ନେତା ଥିବା ଅନୁଭବ ପଟ୍ଟନାୟକଙ୍କ ଟିକେଟ କାଟି ସାବିତ୍ରୀଙ୍କୁ ବିଜେଡି ପ୍ରାର୍ଥୀ କରାଇଛି । 2014 ନିର୍ବାଚନରେ ଅନୁଭବ ପଟ୍ଟନାୟକ ଖଣ୍ଡପଡାରୁ ପ୍ରାର୍ଥୀ ହୋଇଥିଲେ ଏବଂ ଖଣ୍ଡପଡା ନିର୍ବାଚନ ମଣ୍ଡଳୀରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବର୍ଷ ବର୍ଷ ଧରି ସେ ଖଣ୍ଡପଡା ରାଜନୀତିରେ ସକ୍ରିୟ ରହିଛନ୍ତି । ତାଙ୍କର ବାପା ମଧ୍ୟ ରାଜନୀତିରେ ଥିଲେ ତେଣୁ ତାଙ୍କୁ ଭୋଟ ହାତେଇବାରେ ସେତେଟା କଷ୍ଟ ହେବ ନାହିଁ । ବିଜେଡିରୁ ଟିକେଟ ନ ମିଳିବା ପରେ ବିମୁଖ ହୋଇ ସେ ଏବେ ବିଜେଡି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଛନ୍ତି ।

ଏବଂ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବା ପାଇଁ ନାମାଙ୍କନ ମଧ୍ୟ ଭରିଛନ୍ତି । ବିଜେଡି ନେତ୍ରୀ ତଥା ଖଣ୍ଡପଡା ବିଧାନସଭା ପ୍ରାର୍ଥୀ ସାବିତ୍ରୀ ପ୍ରଧାନଙ୍କ ସମୀକରଣ ବିଗାଡିବା ପାଇଁ ଅନୁଭବ ଭିତରେ ଭିତରେ ନିଜ ସଙ୍ଗଠନକୁ ମଜଭୁତ କରିବା ସହିତ ରଣନୀତି ପ୍ରସ୍ତୁତ କରୁଛନ୍ତି । ଅନ୍ୟପଟେ ବିଜେଡିରୁ 2019ରେ ଖଣ୍ଡପଡାରୁ ବିଜୟୀ ହୋଇଥିବା ସୌମ୍ୟ ପଟ୍ଟନାୟକ ଏବେ ଘଷିପୁରା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ । ମିଛ କେସରେ ବିଜେଡିରୁ ବହିଷ୍କୃତ ହୋଇ  ସେ ଦଳ ଉପରେ ଖପ୍ପା । ଚର୍ଚ୍ଚା ହେଉଛି ସ୍ୱାଧୀନ ପ୍ରାର୍ଥୀ ଥିବା ଅନୁଭବ ପଟ୍ଟନାୟକଙ୍କୁ ସୌମ୍ୟ ନିରବ ସମର୍ଥନ କରିପାରନ୍ତି । ଅନୁଭବଙ୍କୁ ନିର୍ବାଚନୀ ବୈତରଣୀ ପାର କରାଇବାରେ ଗେମ ଚେଞ୍ଜର ସାଜିପାରନ୍ତି ସୌମ୍ୟ ପଟ୍ଟନାୟକ । କାହିଁକିନା ଖଣ୍ଡପଡା ରାଜନୀତିର ସେ ଜଣେ ବିଗ୍ ଫ୍ୟକଟର । ଅନ୍ୟପଟେ ବିଜେଡି ଖେଳିଥିବା ମହିଳା କାର୍ଡକୁ ଚେକ ଦେବା ପାଇଁ ଅନୁଭବ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି । ବିଜେଡି ଛାଡିବା ପରେ ତାଙ୍କର ସମର୍ଥକଙ୍କ ସଂଖ୍ୟା ବଢୁଛି ଯାହା କି ଚଳିତ ନିର୍ବାଚନରେ ବିଜେଡି ପାଇଁ ମାଷ୍ଟର ଷ୍ଟ୍ରୋକ ସାଜିବ । ତେବେ ଦେଖିବାକୁ ବାକି ରହିଲା ସାବିତ୍ରୀଙ୍କ ଗେମ ବିଗାଡିବାରେ ଅନୁଭବ କେତେ ସଫଳ ହେଉଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *