‘ଖତରୋଁ କେ ଖିଲାଡି-୧୩’ ରୋହିତ

‘ଖତରୋଁ କେ ଖିଲାଡି-୧୩’ ରୋହିତ

ଖୁବ ଶୀଘ୍ର ଆରମ୍ଭ ହେବ ରୋହିତ ସେଟ୍ଟୀଙ୍କ ଲୋକପ୍ରିୟ ରିଆଲିଟି ଶୋ’ ‘ଖତରୋଁ କେ ଖିଲାଡି’ ସିଜିନ ୧୩ | ଏହାକୁ ନେଇ ନୀତିଦିନ ପ୍ରତିଯୋଗୀଙ୍କୁ ନେଇ କିଛି ନ କିଛି ନୂଆ କଥା ସାମ୍ନାକୁ ଆସୁଛି | ଏହି କ୍ରମରେ ଏବେ ପାଳି ପଡିଛି ଅଭିନେତା ରୋହିତ ରୟଙ୍କର | ଏହି ଶୋ’ର ସେ ପ୍ରତିଯୋଗୀ ଭାବେ ନଜର ଆସିବେ ବୋଲି ଖୋଦ ରୋହିତ ଏକ ସାକ୍ଷାତକାରରେ କହିଛନ୍ତି | ତାଙ୍କ ଝିଅ କିଆରା ରୋହିତଙ୍କ ପାଇଁ ଚିନ୍ତାରେ ଥିବାବେଳେ ତାଙ୍କ ପତ୍ନୀ ମାନସୀ ତାଙ୍କୁ ଏ ଦିଗରେ ପ୍ରୋତ୍ସାହିତ କରୁଥିବା ସେ କହିଛନ୍ତି| ତେବେ ବାଇକ ଚଳାଇବା ରୋହିତଙ୍କର ପ୍ରଥମ ପସନ୍ଦ | ତେଣୁ ଟଙ୍କା ପାଇଁ ‘ଖତରୋଁ କେ ଖିଲାଡି-୧୩’ ଏକ ସ୍ମରଣୀୟ ଓ ଶିକ୍ଷଣୀୟ ହେବ ବୋଲି ସେ କହିଛନ୍ତି | ଅନ୍ୟପଟେ ଏହି ଶୋ’ରେ ନିର୍ମାତା ତାଙ୍କୁ ଦୁଇ ବର୍ଷ ହେବ ପ୍ରସ୍ତାବ ଦେଇ ଆସୁଥିଲେ ହେଁ ସେ ଏଥିରେ ସାମିଲ ହୋଇପାରୁନଥିଲେ | ଏଥର ସେ ଏଥିରେ ନିଶ୍ଚୟ ଭାଗ ନେବେ ବୋଲି ରୋହିତ କହିଛନ୍ତି |

author

Related Articles

Leave a Reply

Your email address will not be published. Required fields are marked *