ଖତରୋ କେ ଖିଲାଡିରେ ନଜର ଆସିବେ ଉର୍ଫି

 ଖତରୋ କେ ଖିଲାଡିରେ ନଜର ଆସିବେ ଉର୍ଫି

 ବି-ଟାଉନ୍‌ର ଚର୍ଚ୍ଚିତ ଅଭିନେତ୍ରୀ ଉର୍ଫି ଜାଭେଦ ବଡ଼ ରିଆଲିଟି ଶୋ’ରେ ନଜର ଆସିବେ ବୋଲି ଖବର ଜୋରସୋରରେ ଚାଲିଛି । ଉର୍ଫି କଙ୍ଗନା ରାଣାୱତଙ୍କ ରିଆଲିଟି ଶୋ’‘ଲକ୍‌ଅପ୍‌ ସିଜନ-୨’ ଏବଂ ରୋହିତ ଶେଟ୍ଟୀଙ୍କ ‘ଖତରୋ କେ ଖିଲାଡି-୧୩’ ରେ ଅଂଶ ହେବେ ବୋଲି ଉର୍ଫିଙ୍କ ନାଁ ସାମ୍ନାକୁ ଆସିଥିଲା। ପ୍ରଶଂସକମାନେ ତାଙ୍କୁ ଏହି ଶୋ’ରେ ଦେଖିବାକୁ ଆଗ୍ରହୀ ଅଛନ୍ତି। ହେଲେ ପ୍ରଶଂସକଙ୍କୁ ଟିକିଏ ଅଧିକ ସମୟ ଅପେକ୍ଷା କରିବାକୁ ପଡିବ। କାରଣ ହେଉଛି, ଉର୍ଫି ‘ଲକ୍‌ଅପ ସିଜନ-୨’ ଏବଂ ‘ଖତରୋ କେ ଖିଲାଡି-୧୩’ ଅଂଶ ହେବେ ନାହିଁ। ଏହା ଆମ ନୁହେଁ, ଉର୍ଫି ନିଜେ ଏହା କହିଛନ୍ତି। ଉର୍ଫି କହିଛନ୍ତି ଯେ ଏହି ଶୋ’ରେ ଅଂଶ ହେବାକୁ ସେଭଳି କିଛି ପ୍ରସ୍ତାବ ଆସିନାହିଁ। ପାପାରାଜିଙ୍କ ସହ କଥାବାର୍ତ୍ତା କରି ଉର୍ଫି ଏହି ଶୋ’ର ଏକ ଅଂଶ ହେବାର ଖବରକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *