ସୁବର୍ଣ୍ଣପୁରରେ ଚହଳ ପକାଇଛି ସାମ୍ୱାଦିକଙ୍କୁ ମାଡ ମାରିବା ଘଟଣା । ଖବର ସଂଗ୍ରହ କରିବାକୁ ଯାଇଥିବା ସମୟରେ ଦାଦାଗିରି ଦେଖାଇଲେ ବିଡିଓ । ହଁ ଦର୍ଶକବନ୍ଧୁ ଏଭଳି ଆମାନୁଷିକ କାର୍ଯ୍ୟ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲାରେ । ବିଡିଓଙ୍କ ମରମାନ୍ତକ ଆକ୍ରମଣରେ ଲହୁଲୁହାଣ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ସାମ୍ବାଦିକ। କେବଳ ସେତିକି ନୁହେଁ ବିନା ତଦନ୍ତରେ ରାତିଅଧିଆ ସାମ୍ବାଦିକଙ୍କୁ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରିଛି ପୋଲିସ। ହେଲେ ମାଡ ଦେଇ ରକ୍ତାକ୍ତ କରିଥିବା ବିଡିଓଙ୍କ ବିରୋଧରେ ଅଭିଯୋଗ ସତ୍ତ୍ୱେ ପୋଲିସ କୌଣସି ଆକ୍ସନ ନେଲାନି । ସୁବର୍ଣ୍ଣପୁର ବ୍ଲକ ବିଡିଓ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ଦାଦାଗିରି ଦେଖାଇଛନ୍ତି। ବ୍ଲକକୁ ଖବର ସଂଗ୍ରହ କରିବାକୁ ଯାଇଥିବା ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ଧିରେନ୍ଦ୍ର କୁମାର ଦାନୀଙ୍କୁ ବିଡ଼ିଓ ସୌମ୍ୟରଞ୍ଜନ ସ୍ୱାଇଁ ମରଣାନ୍ତକ ଆକ୍ରମଣ କରିଥିଲେ। ଧୀରେନ୍ଦ୍ରଙ୍କ ଅଭିଯୋଗ ଅନୁଯାୟୀ ଏକ ସ୍କୁଲ କାମ ଦୁର୍ନୀତି ବିଷୟରେ ବିଡିଓଙ୍କ ସ୍ପଷ୍ଟିକରଣ ଓ ଅନ୍ୟାନ୍ୟ ତଥ୍ୟ ସଂଗ୍ରହ କରିବା ପାଇଁ ସେ ଯାଇଥିଲେ। ମିଥ୍ୟା ଭାଉଚର ଦେଖାଇ ଲକ୍ଷ ଲକ୍ଷ ଟଙ୍କାର ହୋଇଥିବା ମିଥ୍ୟା ବିଲ ଉପରେ ତାଙ୍କର ସ୍ପଷ୍ଟିକରଣ ମାଗିବାରୁ ସେ ହଠାତ ରାଗିଯାଇଥିଲେ । ଧମକ ଦେଇଥିଲେ । ଧୀରେନ୍ଦ୍ର ପ୍ରତିବାଦ କରିବାରୁ ମରଣାନ୍ତକ ଆକ୍ରମଣ କରିଥିଲେ। ତେବେ ଏହି ଘଟଣା ପରେ ପୋଲିସ ଥାନାକୁ ଡାକି ଧୀରେନ୍ଦ୍ରଙ୍କୁ ଘଣ୍ଟା ଘଣ୍ଟା ଧରି ବସାଇଥିଲା । ଏହାପରେ ରାତିଅଧରେ କୋର୍ଟ ଚାଲାଣ କରିଥିଲା । ଜଣେ ସମ୍ବାଦିକ ଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ବିଡ଼ିଓଙ୍କୁ ଥାନାକୁ ନଡାକିବା ଓ ପଚରାଉଚରା ନ କରିବା ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣା କୁ ଷ୍ଟେଟ ୟୁନିନ ଅଫରଜ ର୍ନା ଲିଷ୍ଟ ଅତ୍ୟନ୍ତ ଗୁରୁତ୍ୱ ସହକାରେ ନେଇଛି। ତୁରନ୍ତ ବିଡ଼ିଓ ଙ୍କୁ ଗିରଫ କରିବା ସହିତ ଦୃଢ଼ କାର୍ଯ୍ୟ ନୁଷ୍ଠାନ ଗ୍ରହଣ କରି ବାକୁ ଦାବୀ ହେଉଛି ।
You can share this post!
author