ଖରାଦିନେ ଅନେକ ସମସ୍ୟାରୁ ମୁକ୍ତି ଆଲୋଭେରା

ଖରାଦିନେ ଅନେକ ସମସ୍ୟାରୁ ମୁକ୍ତି ଆଲୋଭେରା

ଖରାଦିନେ ସୂର୍ଯ୍ୟଙ୍କ ପ୍ରଖର କିରଣ ଯୋଗୁ ଝାଳ ବୋହି ତ୍ୱଚା ଝାଉଁଳିଗଲା ପରି ଲାଗିଥାଏ। ସେଥିପାଇଁ ଖରାରେ ବାହାରକୁ ବାହାରିବା ପୂର୍ବରୁ ତ୍ୱଚାରେ ଆଲୋଭେରା ଜେଲ୍‌ ଲଗାଇପାରିବେ। କାରଣ ଆଲୋଭେରା ଜେଲ୍‌ ତ୍ୱଚାକୁ ହାଇଡ୍ରେଟ୍‌ ରଖିବାରେ ସାହାଯ୍ୟ କରିଥାଏ। ଝାଳ ଯୋଗୁ ଅନେକଙ୍କର ଖରାଦିନେ ତ୍ୱଚା କୁଣ୍ଡାଇ ମଧ୍ୟ ହୋଇଥାଏ। ଏଥିପାଇଁ ବି ତ୍ୱଚାରେ ଆଲୋଭେରା ଜେଲ୍‌ ଲଗାଇବା ସର୍ବୋତ୍ତମ ହୋଇଥାଏ। ଆପଣ ଚାହିଁଲେ ଆଲୋଭେରା ଜେଲ୍‌ ପରିବର୍ତ୍ତେ ସିଧାସଳଖ ଆଲୋଭେରା ଡାଳ ଖଣ୍ଡେ ଆଣି ସେଥିରୁ ରସ ବାହାର କରି ତ୍ୱଚାରେ ମଧ୍ୟ ଲଗାଇପାରିବେ। ଏହା ନାଚୁରାଲ୍‌ ମଇଶ୍ଚରାଇଜର୍‌ ର କାମ ଦେଇଥାଏ। ଆଲୋଭେରାକୁ କେବଳ ତ୍ୱଚାରେ ଲଗାଇବେ ତାହା ନୁହେଁ, ଏହାର ଜୁସ୍‌କୁ ବି ସେବନ କରି ଖରାଦିନେ ପେଟକୁ ଥଣ୍ଡା ରଖିବା ସହିତ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିପାରିବେ। କାରଣ ଏଥିରେ ଭରି ରହିଛି ଭିଟାମିନ୍‌ ଏ, ସି, ଇ, ଭିଟାମିନ୍‌-ବି ୧୨, ଫଲିକ୍‌ ଏସିଡ୍‌, କୋଲାଇନ୍‌ ପରି ଅନେକ ଗୁଣକାରୀ ତତ୍ତ୍ୱ।

Group of Aloe Vera Plant growth in farmMore Aloe Vera image:
author

Related Articles

Leave a Reply

Your email address will not be published. Required fields are marked *