ଖରାଦିନେ ଖାଆନ୍ତୁ ଏହି ପରିବା, ରହିବନି ପେଟ ଗରମ ସମସ୍ୟା…

ଖରାଦିନେ ଖାଆନ୍ତୁ ଏହି ପରିବା, ରହିବନି ପେଟ ଗରମ ସମସ୍ୟା…

କଣ ଆପଣ ଭେଣ୍ଡି ଖାଇବାକୁ ପସନ୍ଦ କରନ୍ତିନି କି ? ଭେଣ୍ଡି ଆମ ସ୍ୱାସ୍ଥ୍ୟ ପାଇଁ କେତେ ଉପଯୋଗୀ ଆପଣ ଜାଣନ୍ତି କି ? ବିଭିନ୍ନ ପ୍ରକାର ପରିବା ମଧ୍ୟରୁ ଭେଣ୍ଡି ହେଉଛି ଗୋଟିଏ ପରିବା । କିନ୍ତୁ ଏହାକୁ ଅଧିକ ଲୋକ ଖାଇବାକୁ ପସନ୍ଦ କରନ୍ତି ନାହିଁ । ଏହା ଟିକେ ଲାଳୁଆ ହୋଇଥିବାରୁ କିଛି ଲୋକ ଏହାକୁ ଖାଇବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ଭେଣ୍ଡି ରେ ଥିବା ପୋଷକତତ୍ୱ ଆମ ଶରୀର ପାଇଁ ବେଶ୍ ଲାଭ ଦାୟକ ହୋଇଥାଏ । ତେଣୁ ଆସନ୍ତୁ ଜାଣିବା ଭେଣ୍ଡିର ଉପକାରିତା ସମ୍ପର୍କରେ ।

ବିଶେଷଜ୍ଞଙ୍କ ମତରେ ଭେଣ୍ଡିରେ ଭିଟାମିନ୍ ଏ, ସି, ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଇତ୍ୟାଦି ଖଣିଜ ପଦାର୍ଥ ଭରପୂର ପରିମାଣରେ ଥିବା ସହିତ ପର‌୍ୟ୍ୟାପ୍ତ ପରିମାଣରେ ଫାଇବର ଏବଂ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ରହିଛି। ଏହା ବହୁତ ସହଜରେ ହଜମ ହୋଇଯାଏ। ଏହାର ପ୍ରଭାବ ଥଣ୍ଡା। ତେଣୁ ଏହା ଶରୀରକୁ ଶୀତଳ ରଖିବାରେ ସହଯୋଗ କରେ। ଗ୍ରୀଷ୍ମ ଋତୁ ପାଇଁ ଏହା ବହୁତ ଲାଭଦାୟକ ପରିବା।

ଭେଣ୍ଡି ଖାଇବା ଦ୍ୱାରା ପାଚନ କ୍ରିୟା ମଜବୁତ ହୁଏ। ଏଥିରେ ଭିଟାମିନ୍ ସି, ମ୍ୟାଗ୍ନେସିୟମ୍, ସୋଡିୟମ୍, ଫସ୍ଫରସ୍, କ୍ୟାଲସିୟମ୍, ଆଇରନ୍, ପ୍ରୋଟିନ୍, ଜିଙ୍କ୍, ଫାଇବର, ଆଣ୍ଟିଅକ୍ସିଡାଣ୍ଟ ଭଳି ପୋଷକ ତତ୍ତ୍ୱ ଭରି ରହିଛି। ଭେଣ୍ଡିକୁ ଯେକୌଣସି ସମୟରେ ଖାଇପାରିବେ। ଏହା ପେଟକୁ ଥଣ୍ଡା ରଖେ।

ଭେଣ୍ଡିରେ ଭରପୂର ପରିମାଣରେ ଫାଇବର ଥାଏ, ଯାହା ପାଚନ କ୍ରିୟାକୁ ମଜବୁତ କରେ। ପେଟ ସମ୍ବନ୍ଧୀୟ ସମସ୍ୟା ଦୂର କରେ। ଏହା କୋଷ୍ଠକାଠିନ୍ୟ, ପେଟ ଫୁଲିବା, ବାନ୍ତି ଇତ୍ୟାଦି ସମସ୍ୟାକୁ ଦୂର କରେ। ଭେଣ୍ଡି ପେଟ ସହିତ ହୃଦୟ ପାଇଁ ମଧ୍ୟ ଲାଭଦାୟକ। ଏହାର ସେବନ ଦ୍ୱାରା କୋଲେଷ୍ଟ୍ରଲ୍ ବୃଦ୍ଧି ହୁଏ ନାହିଁ।

ଯଦି ଆପଣଙ୍କର ମଧୁମେହ ଅଛି, ତେବେ ନିଶ୍ଚିତ ଭାବରେ ଭେଣ୍ଡି ଖାଆନ୍ତୁ। ଏଥିରେ ଗ୍ଲାଇସେମିକ୍ ଉପାଦାନ ରହିଛି, ଯାହାର ସେବନ ମଧୁମେହକୁ ନିୟନ୍ତ୍ରଣରେ ରଖେ। ଭେଣ୍ଡି ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ।

author

Related Articles

Leave a Reply

Your email address will not be published. Required fields are marked *