ଖରାରେ କାମ କରିବେନି ଶ୍ରମିକ

ଖରାରେ କାମ କରିବେନି ଶ୍ରମିକ

ଏପ୍ରିଲ ମାସରୁ ହିଁ ତୀବ୍ର ରୂପ ନେଲାଣି ଖରା । ଅସହ୍ୟ ଖରା ସହ ପ୍ରଚଣ୍ଡ ତାତିରେ କଲବଲ ହେଉଛନ୍ତି ଲୋକେ । ଏପରିକି ଅଂଶୁଘାତ ବଢିବାର ଆଶଙ୍କା ମଧ୍ୟ ସୃଷ୍ଟି ହେଲାଣି । ଏହାରି ମଧ୍ୟରେ ଶ୍ରମିକ ମାନଙ୍କ ପାଇଁ ଏକ ନିର୍ଦ୍ଦେଶ ଜାରି କରାଯାଇଛି । ଏଣିକି ଖରାରେ କାମ କରିବେନି ଶ୍ରମିକ । ଶ୍ରମ ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । ଦିନ ୧୧ଟାରୁ ସାଢେ ୩ଟା ପର୍ଯ୍ୟନ୍ତ କାମ କରିବା ପାଇଁ ବାରଣ କରାଯାଇଛି । ଏପ୍ରିଲ ମାସରୁ ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ଏହା କଡ଼ାକଡ଼ି ଭାବେ ଲାଗୁ କରାଯିବ । ଏଥିପାଇଁ ରାଜସ୍ୱ କମିଶନର, ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ରାଜ୍ୟ ଶ୍ରମ କମିଶନରଙ୍କୁ ଚିଠି କରାଯାଇଛି । ଆବଶ୍ୟକ ସ୍ଥଳେ କାର‌୍ୟ୍ୟନିର୍ଘଂଟର ସମୟ ପରିବର୍ତ୍ତର୍ନ କରାଯାଇପାରିବ ।

author

Related Articles

Leave a Reply

Your email address will not be published. Required fields are marked *