ଖରା ପାଇଁ ନିର୍ବାଚନ ପ୍ରଚାର ଉପରେ କଟକଣା

ଖରା ପାଇଁ ନିର୍ବାଚନ ପ୍ରଚାର ଉପରେ କଟକଣା

ରାଜ୍ୟରେ ହୁ ହୁ ହୋଇ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଆଗକୁ ସାଧାରଣ ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ । ଖରା ପାଇଁ ପ୍ରଚାର ଉପରେ କଟକଣା ଲାଗିଛି । ବଢୁଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନେତାଙ୍କ ପାଇଁ ପ୍ରଚାର କଟକଣା ଜାରି କରିଛନ୍ତି କୋରାପୁଟ ଜିଲ୍ଲାପାଳ ଭି କୀର୍ତି ଭାସନ । ତାତି ବଢୁଥିବାରୁ ଦିନ ୧୧ଟାରୁ ୩ ଟା ମଧ୍ୟରେ ପ୍ରଚାର ନକରିବାକୁ ପରାମର୍ଶ ଦିଆଯାଇଛି । ଖରାରେ ଶୋଭାଯାତ୍ରା, ବୈଠକ ଏବଂ ରାଜନୈକ କାର୍ଯ୍ୟକ୍ରମ ଉପରେ କଟକଣା ଲଗାଯାଇଛି । ଏପରିକି ରାଜନୈତିକ କାର୍ଯ୍ୟକ୍ରମ ପାଇଁ ପୂର୍ବରୁ ପ୍ରଶାସନ ପକ୍ଷରୁ ଅନୁମତି ନେବାକୁ ବାଧ୍ୟତମୂଳକ କରାଯାଇଛି । କାର୍ଯ୍ୟକ୍ରମ ସ୍ଥଳରେ ପାନୀୟ ଜଳ, ଓଆରଏସ୍ ରଖିବା ସହ ଛାଇର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ରହିଛି ।

author

Related Articles

Leave a Reply

Your email address will not be published. Required fields are marked *