ଖରା ପାଇଁ ରାଜ୍ୟରେ ବଢୁଛି ଅଂଶୁଘାତ ଆଶଙ୍କା

ଖରା ପାଇଁ ରାଜ୍ୟରେ ବଢୁଛି ଅଂଶୁଘାତ ଆଶଙ୍କା

ପ୍ରଚଣ୍ଡ ତାତି ସହ ଗ୍ରୀଷ୍ମ ପ୍ରବାହ ଯୋଗୁଁ ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ । ସକାଳୁ ସକାଳୁ ତତଲା ପବନ କାରଣରୁ ଘରୁ ବାହାରିବା କଷ୍ଟକର ହୋଇପଡୁଛି । ଏପରି ସ୍ଥିତିରେ ରାଜ୍ୟରେ ଅଂଶୁଘାତ ଆଶଙ୍କା ବୃଦ୍ଧି ପାଇଛି । ଏହାର ମୁକାବିଲା କରିବା ପାଇଁ ସରକାର ପ୍ରସ୍‌ୁତ ଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ କହିଛନ୍ତି ଯେ, ଅଂଶୁଘାତଜନିତ ଚିକିତ୍ସା ପାଇଁ ପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୬ଟି, ସିଏଚସିରେ ୨ଟି ଏବଂ ପିଏଚସିରେ ଗୋଟିଏ ଲେଖାଏଁ ବେଡର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେଠାରେ କୁଲର

ବା ଏସି ରହିବ । ପର୍ଯ୍ୟପ୍ତ ପରିମାଣର ପାଣି ରହିବ ଓ ଓଆରଏସ୍ ବି ମହଜୁଦ ରହିବ। ଏଥିସହ ଆବଶ୍ୟକ ପରିମାଣର ଔଷଧ ମହଜୁଦ ରଖିବା ନିମନ୍ତେ ସମସ୍ତ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଏହାବ୍ୟତୀତ ଅଂଶୁଘାତ ରୋକିବାକୁ ଖରାରେ ଦିନ ୧୧ରୁ ସାଢ଼େ ୩ ପର୍ଯ୍ୟନ୍ତ ଶ୍ରମିକଙ୍କୁ କାମ କରିବାକୁ ବାରଣ କରାଯାଇଛି। ଏପ୍ରିଲରୁ ଜୁନ୍ ୧୫ ପର୍ଯ୍ୟନ୍ତ ଶ୍ରମିକଙ୍କ ଉପରେ ନଜର ରଖିବା ସହ ବିହୀତ ପଦକ୍ଷେପ ନେବାକୁ ସମସ୍ତ ରାଜସ୍ୱ କମିଶନର ଓ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି ଶ୍ରମ ବିଭାଗ। ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

author

Related Articles

Leave a Reply

Your email address will not be published. Required fields are marked *