ଖଲିକୋଟ ସହର ର ବିଭିନ୍ନ ସ୍ଥାନରେ ପାଳନ ହେଲା ଗଣେଶ ପୂଜା

ଖଲିକୋଟ ସହର ର ବିଭିନ୍ନ ସ୍ଥାନରେ ପାଳନ ହେଲା ଗଣେଶ ପୂଜା

ଖଲ୍ଲିକୋଟ ସହରର ବିଭିନ୍ନ ସାହିରେ ବିଘ୍ନରାଜ ଙ୍କ ପୂଜା ଅତି ଆଡମ୍ବର ସହକାରେ ପାଳନ ହୋଇଥିବା ଦେଖିବାକୁ ମିଳିଛି । ସହରର ବିଭିନ୍ନ ଅନୁଷ୍ଠାନ କୁହନ୍ତୁ ବା ପୂଜା କମିଟି କୁହନ୍ତୁ ସବୁଠି ଗଜାନନ ଙ୍କ ଆକର୍ଷଣୀୟ ମୂର୍ତ୍ତି ସହିତ ମନଲୋଭା ମେଢ଼ ଦେଖିବାକୁ ମିଳିଛି। ସେଥିମଧ୍ୟରୁ ନୂଆ ସାହି, ଧରାକୋଟ ସାହି, କରଣ ସାହି,କମାପଲ୍ଲୀ, ବସ ଷ୍ଟାଣ୍ଡ, ତେଲିଶାହି,ବଡ଼ଦାଣ୍ଡ ସାହି, ଗୁଣ୍ଡିଚା ମନ୍ଦିର ସାହି, ଚାରୁ କଳା ମହା ବିଦ୍ୟାଳୟ,ଧୋବା ସାହି, ବଡ଼ଦାଣ୍ଡ ସାହି,ରେ ବହୁ ଆଡମ୍ବର ସହକାରେ ପୂଜା ଅନୁଷ୍ଠିତ ହେଉଥିବା ବେଳେ କରଣ ସାହିସ୍ଥିତ ଗଣେଶ ପୂଜା ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ହେଉଥିବାରୁ ଉକ୍ତ ପୂଜାର ଆଧ୍ୟାତ୍ମିକ ପରିବେଶ ସ୍ୱତନ୍ତ୍ର ନିଆରା ଅଟେ ! ସମସ୍ତ ମେଢ଼ରେ ମନୋରଞ୍ଜନ କାର୍ଯ୍ୟକ୍ରମ ସହିତ ଆକର୍ଷଣୀୟ ତୋରଣ ଶ୍ରଦ୍ଧାଳୁ ଙ୍କ ଆକର୍ଷଣ ର କେନ୍ଦ୍ର ବିନ୍ଦୁ ପାଲଟିଛି । ଏହା ସହ ପ୍ରତେକ କମିଟି ର ସମସ୍ତ ଭକ୍ତ ଙ୍କ ପାଈଁ ପ୍ରସାଦ ବ୍ୟବସ୍ଥା କରାଯାଇଛି !

author

Related Articles

Leave a Reply

Your email address will not be published. Required fields are marked *