ଖଲିସ୍ତାନୀ ଆତଙ୍କବାଦୀ ଗୁରପତ୍‌ଓ୍ବନ୍ତ ସିଂ ପନ୍ନୁନ୍‌ଙ୍କର ସମ୍ପତ୍ତି ଜବତ

ଖଲିସ୍ତାନୀ ଆତଙ୍କବାଦୀ ଗୁରପତ୍‌ଓ୍ବନ୍ତ ସିଂ ପନ୍ନୁନ୍‌ଙ୍କର ସମ୍ପତ୍ତି ଜବତ

ଖଲିସ୍ତାନୀ ଆତଙ୍କବାଦୀ ଗୁରପତ୍‌ଓ୍ବନ୍ତ ସିଂ ପନ୍ନୁନ୍‌ଙ୍କର ପଞ୍ଜାବର ଅମୃତସର ଏବଂ ଚଣ୍ଡିଗଡ଼ରେ ଥିବା ସମ୍ପତ୍ତି ଜବତ ହୋଇଥିବାବେଳେ ସେ ଭାରତକୁ ଅନେକ ଦେଶରେ ବିଭାଜନ କରିବାକୁ ଚାହୁଁଥିଲେ । ବେଆଇନ ବିଚ୍ଛିନ୍ନତାବାଦୀ ସଂଗଠନ \’ଶିଖ୍‌ସ ଫର୍ ଜଷ୍ଟିସ୍‌\’ର ମୁଖ୍ୟ ପନ୍ନୁନ୍‌ଙ୍କ ବିରୋଧରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ସଂଗ୍ରହ କରିଥିବା ତଥ୍ୟ ପ୍ରମାଣରୁ ଏହା ଜଣାପଡ଼ିଛି।

ଏକ ଅଡିଓ ବାର୍ତ୍ତାରେ ପନ୍ନୁନ ଭାରତର ଏକତା ଓ ସଂହତିକୁ ଚ୍ୟାଲେଞ୍ଜ କରିବା ସହ କଶ୍ମୀର ଜନସାଧାରଣଙ୍କ ପାଇଁ ଏକ ସ୍ବତନ୍ତ୍ର ଦେଶ ଏବଂ ଏକ ମୁସଲମାନ ରାଷ୍ଟ୍ର ଗଠନ ଚାହୁଁଥିଲେ। ପଞ୍ଜାବ ସମେତ ସାରା ଦେଶରେ ଆତଙ୍କର ବାତାବରଣ ସୃଷ୍ଟି କରିବାରେ ପନ୍ନୁନ ଆତଙ୍କବାଦୀ କାର‌୍ୟ୍ୟକଳାପ ବଢ଼ାଇବାରେ ମୁଖ୍ୟ ଭୂମିକା ନେଇଥିଲେ। ତାଙ୍କୁ ଧରିବା ପାଇଁ ଏନ୍‌ଆଇଏ ୨୦୧୯ରୁ ଉଦ୍ୟମ ଚଳାଇଥିଲା। ନିରୀହ ଯୁବକମାନଙ୍କୁ କଟ୍ଟରପନ୍ଥୀ କରାଇବାରେ ପନ୍ନୁନ୍ ସାଇବରସ୍ପେସ୍‌ର ଅପବ୍ୟବହାର କରୁଥିଲେ। ଖଲିସ୍ତାନ ସ୍ବାଧୀନ ରାଷ୍ଟ୍ର ଗଠନ ଲାଗି ଆତଙ୍କବାଦୀ କାର‌୍ୟ୍ୟରେ ସମ୍ପୃକ୍ତ ହେବା ଲାଗି ସେ ସେମାନଙ୍କୁ ଉସୁକାଉଥିଲେ। ୨୦୨୨ ଜୁଲାଇରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପନ୍ନୁନ୍‌ଙ୍କୁ ଆତଙ୍କବାଦୀ ଘୋଷଣା କରିଥିଲେ ମଧ୍ୟ ପର‌୍ୟ୍ୟାପ୍ତ ତଥ୍ୟ ନ ଥିବା ଦର୍ଶାଇ ତାଙ୍କ ବିରୋଧରେ ରେଡ୍ କର୍ନର ନୋଟିସ୍ ଜାରି ଲାଗି ଭାରତର ଅନୁରୋଧକୁ ଇଣ୍ଟରପୋଲ୍ ୨ ଥର ପ୍ରତ୍ୟାଖ୍ୟାନ କରିଦେଇଥିଲା।
ଖଲିସ୍ତାନୀ ଆତଙ୍କବାଦୀ ହରଦୀପ୍ ସିଂ ନିଜ୍ଜର ହତ୍ୟା ଘଟଣାକୁ ନେଇ ଭାରତ ଓ କାନାଡା ମଧ୍ୟରେ କୂଟନୈତିକ ବିବାଦ ତୀବ୍ର ହୋଇଛି। ଇତିମଧ୍ୟରେ କାନାଡାରେ ଥିବା ବରିଷ୍ଠ ଭାରତୀୟ କୂଟନୀତିଜ୍ଞ ଏବଂ ସରକାରୀ ଅଧିକାରୀମାନଙ୍କୁ ପନ୍ନୁନ୍ ଧମକ ଦେଇଥିଲେ। ପନ୍ନୁନ୍‌ଙ୍କ ନାଁରେ ପଞ୍ଜାବ, ଦିଲ୍ଲୀ, ହିମାଚଳପ୍ରଦେଶ, ହରିୟାଣା ଏବଂ ଉତ୍ତରାଖଣ୍ଡରେ ୧୬ଟି ମାମଲା ରହିଛି। ସେଥିରୁ ୯ଟି ମାମଲା ବେଆଇନ କାର‌୍ୟ୍ୟକଳାପ (ପ୍ରତିକାର) ଆଇନ (ୟୁଏପିଏ)ରେ ରୁଜୁ ହୋଇଛି।

author

Related Articles

Leave a Reply

Your email address will not be published. Required fields are marked *