ଖଲ୍ଲିକୋଟ ଘଟଣାକୁ ନିନ୍ଦା କଲେ ଧର୍ମେନ୍ଦ୍ର ପ୍ରଧାନ

ଖଲ୍ଲିକୋଟ ଘଟଣାକୁ ନିନ୍ଦା କଲେ ଧର୍ମେନ୍ଦ୍ର ପ୍ରଧାନ

ଖଲ୍ଲିକୋଟରେ ରାଜନୈତିକ ହିଂସାକୁ ନେଇ ମୁହଁ ଖୋଲିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଖଲ୍ଲିକୋଟରେ ପ୍ରାକ୍ ନିର୍ବାଚନୀ ହିଂସା ଘଟଣାରେ ବିଜେପି କାର୍ଯ୍ୟକର୍ତ୍ତା ଦିଲ୍ଲୀପ ପାହାନଙ୍କ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ବିଜେଡି କର୍ମୀଙ୍କୁ ନିନ୍ଦା କରିଛନ୍ତି । ସେ କହିଛନ୍ତି ଯେ, ଏହି ଘଟଣାରେ ଜଣେ ବିଜେପି କର୍ମୀଙ୍କ ମୃତ୍ୟୁରେ ସେ ମର୍ମାହତ ଅଛନ୍ତି । ଏହା ସହ ଗଣତନ୍ତ୍ରରେ ହିଂସା ଓ ଅନ୍ୟାୟର କୌଣସି ସ୍ଥାନ ନାହିଁ । ବିଜେପି କାର‌୍ୟ୍ୟକର୍ତ୍ତାଙ୍କ ଉପରେ ବିଜେଡି କର୍ମୀଙ୍କ ଦ୍ୱାରା ହୋଇଥିବା ଆକ୍ରମଣକୁ ସେ କଠୋରରୁ କଠୋର ଶବ୍ଦରେ ନିନ୍ଦା କରିଛନ୍ତି । ଶାସକ ଦଳ ହାରିବା ଭୟରେ ହିଂସାକୁ ଅବଲମ୍ବନ କରିଛନ୍ତି । କାର‌୍ୟ୍ୟକର୍ତ୍ତାଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ । ଏହାର ଉଚିତ ଜବାବ ଲୋକମାନେ ବାଲଟ୍ ମାଧ୍ୟମରେ ଦେବେ । ନିର୍ବାଚନ ଅଧିକାରୀ ଓ ପୋଲିସ ପ୍ରଶାସନ ତୁରନ୍ତ ଏହି ଘଟଣାରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ନେବା ପାଇଁ ସେ ଦାବି କରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *