ଖାଁ ଖାଁ କଂଗ୍ରେସ ଭବନ…କେବେ ମିଳିବ ମୂରବୀ ?

ଖାଁ ଖାଁ କଂଗ୍ରେସ ଭବନ…କେବେ ମିଳିବ ମୂରବୀ ?

କେବେ ମିଳିବ ଓଡିଶା କଂଗ୍ରେସକୁ ମୂରବୀ । କିଏ ସମ୍ଭାଳିବ ରାଜ୍ୟ କଂଗ୍ରେସର କମାଣ୍ଡ । ଏପ୍ରଶ୍ନ ଓଡିଶା ପ୍ରଦେଶ କଂଗ୍ରେସ କମିଟି ଭଙ୍ଗ ହେବା ଦିନଠାରୁ ସମସ୍ତଙ୍କ ମନରେ ସୃଷ୍ଟି ହୋଇଛି । ଓଡିଶାର ସମସ୍ତ କମିଟିକୁ ଏଆଇସିସି ଭଙ୍ଗ କରିବା ପରେ ରାଜ୍ୟରେ ନେତୃତ୍ୱ କିଏ ନେବେ ଏହାକୁ ନେଇ ଚର୍ଚ୍ଚା ଚାଲିଛିା ରେସରେ ଅନେକ ନେତା ଥିବା ବେଳେ ଏବେ ବି ଦିଲ୍ଲୀ ଦରବାରରେ ନିଷ୍ପତ୍ତି ଝୁଲି ରହିଛି । ଯାହା ଫଳରେ ଦଳୀୟ ନେତାମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରୁଛନ୍ତିା ଏବଂ କର୍ମୀ ଓ ନେତାମାନେ ଧୀରେ ଧୀରେ ନିରାଶ ହେଉଥିବା କୁହାଯାଉଛିା କାରଣ ପୂର୍ବରୁ କଂଗ୍ରେସ ଭବନ ସବୁବେଳେ ଚଳଚଞ୍ଚଳ ରହିଥାଏ । ନେତା କର୍ମୀଙ୍କ ଗହଳି ଲାଗିଥାଏ । କିନ୍ତୁ ମୁରବୀଶୂନ୍ୟ ହେବା ପରଠାରୁ ଆଉ ସେଭଳି ଦୃଶ୍ୟ ଦେଖିବାକୁ ମିଳୁନି । ଖାଁ ଖାଁ ହୋଇଯାଇଛି କଂଗ୍ରେସ କାର୍ଯ୍ୟାଳୟ । ତେବେ କେବଳ ରାଜଧାନୀରେ ନୁହେଁ ଅନ୍ୟ ଜିଲ୍ଲା ଗୁଡିକରେ ମଧ୍ୟ କଂଗ୍ରେସ ଅଫିସରେ ତାଲା ଝୁଲୁଥିବା କୁହାଯାଉଛି । ଯାହାକୁ ନେଇ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛିା ଅନ୍ୟପଟେ ବିରୋଧୀ ଦଳ ଭାବେ ବିଜେଡି ଯେପରି ସକ୍ରିୟ ରହୁଛି ଏବଂ ଶାସକ ଦଳକୁ ଶକ୍ତ ପ୍ରହାର କରୁଛି ସେ ଦୃଷ୍ଟିରୁ କଂଗ୍ରେସ ମଧ୍ୟ ପଛରେ ପଡିଯାଇଛିା କେଉଁ ପ୍ରସଙ୍ଗରେ ଶାସକ ଦଳକୁ ଘେରିବେ , କାହା ନେତୃତ୍ୱରେ ସ୍ୱର ଉଠାଇବେ ତାହା ମଧ୍ୟ କଂଗ୍ରେସ ନେତା ଓ କର୍ମୀ ଜାଣିପାରୁନାହାନ୍ତି । ଆଉ ଏଭଳି ସ୍ଥିତିରେ ସଙ୍ଗଠନ ଭୁଷୁଡିବାର ସମ୍ଭାବନା ମଧ୍ୟ ବଢିବଢି ଚାଲିଛି । ତେବେ ରାଜନୈତିକ ସମୀକ୍ଷକଙ୍କ ମତରେ ଏଆଇସିସି ଓଡିଶାରେ କଂଗ୍ରେସର କମାଣ୍ଡ କିଏ ସମ୍ଭାଳିବେ ସେନେଇ ନିଷ୍ପତ୍ତି ନେଇସାରିଛନ୍ତିା କିନ୍ତୁ ଯେଉଁନେତାମାନେ ଲବି କରୁଥିଲେ ସେମାନଙ୍କୁ ଭରସାକୁ ନ ନେଇ ଏଆଇସିସି ନେତୃତ୍ୱ ନିଜେ ଏକ ସର୍ଭେ କରି କାହାକୁ ପିସିସି ସଭାପତି କରିବେ ତାହା ସ୍ଥିର କରିସାରିଛନ୍ତି । ଏବଂ ଆସନ୍ତା ଅଗଷ୍ଟ ୧୫ ତାରିଖ ପୂବରୁ ନାଁ ଘୋଷଣା କରିବେ ବୋଲି ସୂଚନା ମିଳିଛି । କାହିଁକି ନା ପିସିସି ସଭାପତି ପତାକା ଉତ୍ତୋଳନ କରିବାର ନିୟମ ରହିଛିା ତେବେ ଦେଖାଯାଉ କେବେ ଏଆଇସିସି ନିଜ ନିଷ୍ପତ୍ତି ଶୁଣାଉଛନ୍ତି ଏବଂ କାହାକୁ ରାଜ୍ୟ କଂଗ୍ରେସର ଭାର ଦେଉଛନ୍ତି ତାହା ଦେଖିବାର କଥା ।

author

Related Articles

Leave a Reply

Your email address will not be published. Required fields are marked *