ଖାଁ ଖାଁ ହୋଇଗଲା ନବୀନ ନିବାସ

ଖାଁ ଖାଁ ହୋଇଗଲା ନବୀନ ନିବାସ

ଖାଁ ଖାଁ ହୋଇଗଲା ନବୀନ ନିବାସ । ନବୀନ ନିବାସ ଆଗରେ ଆଉ ଦେଖିବାକୁ ମିଳିବନି ପୋଲିସ୍ ଛାଉଁଣୀ । ହଁ ଆଜ୍ଞା , ଚଳିତ ନିର୍ବାଚନର ଫଳାଫଳରେ ବଦଳିଯାଇଛି ରାଜ୍ୟ ରାଜନୀତିର ଚିତ୍ର । ଭାଙ୍ଗଯାଇଛି ୨୫ ବର୍ଷର ସରକାର । ଦୀର୍ଘ ବର୍ଷର ସରକାରକୁ ଶାସନ ଗାଦିରୁ ହଟାଇ ଏକପାଖିଆ ଜିତି ବିଜେପି ପ୍ରଥମ କରି ଓଡିଶାରେ ଶାସନ ଗାଦିରେ ବସିଛି । ଏପରିକି ଇତିହାସରେ ପ୍ରଥମ ଥର ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ପରାଜୟର ସ୍ୱାଦ ଚାଖିଛନ୍ତି । ଦୀର୍ଘ ବର୍ଷ ଧରି ଶାସନର ଚାବିକାଠି ଧରିଥିବା ନବୀନଙ୍କ ଠାରୁ ଶାସନ କ୍ଷମତା ଛଡାଇ ନେଇଛି ବିଜେପି । ଯାହା ପରେ ଏବେ ନବୀନ ନିଜ ପଦରୁ ବି ହଟିଯାଇଛନ୍ତି । ସେ ଆଉ ମୁଖ୍ୟମନ୍ତ୍ରୀ ହୋଇ ନାହାନ୍ତି । ଜଣେ ସାଧାରଣ ଜନତା ହେବା ସହ କେବଳ ହିଞ୍ଜିଳିର ଜଣେ ବିଧାୟକ ହୋଇ କାର୍ଯ୍ୟ କରିବାକୁ ଯାଉଛନ୍ତି । ତେବେ ନବୀନଙ୍କ ଏହି ହାର ପରେ ଏବେ ବିଜେଡିର କାର୍ଯ୍ୟକର୍ତ୍ତ ସହ ବିଜେଡିର ପାର୍ଟୀ ଅଫିସରେ ବି ତାଲା ଝୁଲୁଥିବା କୁହାଯାଉଛି । କାରଣ ଫଳାଫଳ ଆସିବା ପର ଠାରୁ ବିଜେଡି କାର୍ଯ୍ୟାଳୟ ଶଙ୍ଖ ଭବନରେ କାହାକୁ ବି ଦେଖିବାକୁ ମିଳିନଥିଲା । ସତେ ଯେପରି ଶଙ୍ଖ ଭବନରୁ ଶଙ୍ଖ ସ୍ୱର ସବୁଦିନ ପାଇଁ ବନ୍ଦ ହୋଇଗଲା । କାରଣ ଦୁଇ ମାସ ପୂର୍ବରୁ ଏଠାରେ ବିଜେଡି ନେତାଙ୍କ ଜୋରଦାର ସମାବେଶ ହେବା ସହ ବିଜେଡି ନେତାଙ୍କର ଅନେକ କାର୍ଯ୍ୟକ୍ରମ ଏଠାରେ ଅନୁଷ୍ଠିତ ହେଉଥିଲା । କିନ୍ତୁ ଏବେ ସେଠାରେ ପତ୍ର ଟିଏ ବି ହଲୁନଥିବା ଦେଖିବାକୁ ମିଳୁଛି । ଅନ୍ୟପଟେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବାସ ଭବନ ସାମ୍ନାରେ ପୋଲିସ ଛାଉଣୀ ହୋଇ ରହୁଥିଲେ । ରାସ୍ତାର ଉଭୟ ପାଶ୍ୱର୍ରେ ପୋଲିସ ନବୀନଙ୍କୁ କଡା ସୁରକ୍ଷା ବଳୟରେ ରଖୁଥିଲେ । କିନ୍ତୁ ଏବେ ନବୀନ ନିବାସ ଆଗରେ ଆଉ କେହି ବି ନଜର ଆସିବେନି । ତେବେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ପଦରୁ ଇସ୍ତଫା ଦେଉଥିବା ବେଳେ ଦେଖାଯାଉ ତାଙ୍କ ସ୍ଥାନରେ ବିଜେପିର କିଏ ଏ ପଦକୁ ସମ୍ଭାଳୁଛନ୍ତି ଏବଂ ଓଡିଶାର ଶାସନ ବ୍ୟବସ୍ଥାରେ କେଉଁ ପରିବର୍ତ୍ତନ ଆଣୁଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *