ଖାଆନ୍ତୁ ଏହି ଗୋଟିଏ ପରିବା, ପାଖ ମାଡିବନି କୌଣସି ରୋଗ…

ଖାଆନ୍ତୁ ଏହି ଗୋଟିଏ ପରିବା, ପାଖ ମାଡିବନି କୌଣସି ରୋଗ…

କଣ ଆପଣ ସବୁଜ ପନିପରିବା ଖାଇବାକୁ ପସନ୍ଦ କରନ୍ତି କି ? ସବୁଜ ପନିପରିବା ଭିତରେ କେଉଁ ପରିବା ଆମ ସ୍ୱାସ୍ଥ୍ୟ ପାଇଁ ବିଶେଷ ଉପକାରୀ ଆପଣ ଜାଣନ୍ତି ? ଶରୀର ସୁସ୍ଥ ରହିବା ପାଇଁ ବିଭିନ୍ନ ପ୍ରକାର ପନିପରିବାକୁ ନିଜ ଖାଦ୍ୟରେ ସାମିଲ କରିବାକୁ ପରାମର୍ଶ ମିଳିଥାଏ । ଏଥିରେ ଥିବା ଭିଟାମିନ୍ସ ଆମ ଶରୀର ପାଇଁ ଖୁବ୍ ଲାଭକାରୀ । ଖାସ କରି ସବୁଜ ପନିପରିବା । ଏହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । କିନ୍ତୁ ଆପଣ ଜାଣନ୍ତି ଏମିତି ବି ଗୋଟିଏ ସବୁଜ ପରିବା ରହିଛି ଯାହା ଆମ ଶରୀରକୁ ସମସ୍ତ ପ୍ରକାର ରୋଗ ଠାରୁ ଦୂରରେ ରଖିଥାଏ ବୋଲି । ତେବେ ସେ ସବୁଜ ପରିବା କେଉଁଟି ଆସନ୍ତୁ ଜାଣିବା ।

ତେବେ ସବୁଜ ପନିପରିବା ଭିତରେ ସଜନା ଛୁଇଁକୁ ଶରୀର ପାଇଁ ସବୋତ୍ତମ ବିବେଚନା କରାଯାଏ । ସଜନା ଶାଗ ସହ ସଜନା ଛୁଇଁ ଶରୀରକୁ ଅନେକ ଲାଭ ଦେଇଥାଏ । ଏଥିରେ କ୍ୟାଲସିୟମର ମାତ୍ରା ଅଧିକ ଥିବାରୁ ଏହା ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ଗର୍ଭବତୀ ମହିଳାଙ୍କ ପାଇଁ ଲାଭକାରୀ ଅଟେ । ଏହା ସହିତ ଏଥିରେ ଆଇରନ ଏବଂ ମ୍ୟାଗ୍ନେସିୟମ ଥାଏ ଯାହା ହାଡକୁ ମଜବୁତ ରଖିଥାଏ । ଏହାଛଡ଼ା ଏଥିରୁ ମିଳୁଥିବା ଭିଟାମିନ୍ ସି ଇମ୍ୟୁନିଟି ସିଷ୍ଟମକୁ ମଧ୍ୟ ମଜବୁତ କରେ ।

ସଜନା ଛୁଇଁରେ ଆଣ୍ଟିଅକ୍ସିଡେଣ୍ଟ୍,ଆଣ୍ଟି-ଇନଫ୍ଲିମେଟରୀ ଏବଂ ଏକ୍ସପେକ୍ଟୋରେଣ୍ଟ୍ ଗୁଣ ମିଳିଥାଏ ଯାହା ଡାଏବେଟିସ୍,କାଶ,କୋଲେଷ୍ଟ୍ରୋଲ୍ ଏବଂ ଥାଇରଏଡ୍ ଭଳି ସମସ୍ୟାକୁ ନାଶ କରିବାର ସାମର୍ଥ୍ୟ ରଖେ । ଆୟୁର୍ବେଦ ଅନୁସାରେ ସଜନା ଛୁଇଁ ଚକ୍ଷୁରୋଗ , ତ୍ବଚା ରୋଗ ପାଇଁ ମଧ୍ୟ ଖୁବ୍ ଲାଭଦାୟକ ହୋଇଥାଏ । ଏହାର ପତ୍ର ଏବଂ ମୂଳକୁ କ୍ୟାନ୍ସର ଭଳି ମାରାତ୍ମକ ରୋଗର ଉପସମ ପାଇଁ ମଧ୍ୟ ବ୍ୟବହାର କରାଯାଏ । ଖାସ୍ କରି ଓଭାରିଆନ୍ କ୍ୟାନ୍ସରରେ ଏହାର ଭଲ ପରିଣାମ ଦେଖିବାକୁ ମିଳେ । ସଜନା ଛୁଇଁ ବା ଶାଗର ସୁପ୍ ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରେ ।

author

Related Articles

Leave a Reply

Your email address will not be published. Required fields are marked *