ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଗତକାଲି ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଖାରବେଳେ ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଏହି ବୈଠକ ହୋଇଥିଲା । ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସମସ୍ତ ବିଭାଗର ସଚିବ ମାନେ ଯୋଗଦେଇଥିଲେ । ତେବେ ଏହି ବୈଠକରେ ଉନ୍ନୟନ୍ନ କମିଶନର ତଥା ଅତିରିକ୍ତି ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଞ୍ଜନ କୁମାର ସିଂ,ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର,ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା,ଅନ୍ୟ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ କମିଶନର ତଥା ଶାସନ ସଚିବମାନେ ବୈଠକରେ ଉପସ୍ଥିତ ରହିଥିଲେ । ବୈଠକରେ ମୁଖ୍ୟ ଶାସନ ସଚିବ ଅନୁଗର୍ଗ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସଚିବ ମାନଙ୍କ ସହିତ ଆଲୋଚନା କରି ଆବଶ୍ୟକୀୟ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ବୈଠକରେ ପ୍ରଥମେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସଚିବମାନଙ୍କର ମାସିକ କ୍ଷେତ୍ର ପରିଦର୍ଶନ ଉପରେ ଗୁରୁତ୍ୱ ଦେଇ କହିଛନ୍ତି ଯେ ସଚିବମାନେ ଯେତେବେଳେ ଜିଲ୍ଲା ଗସ୍ତରେ ଯାଉଛନ୍ତି ସେମାନେ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅନୁଧ୍ୟାନ କରିବା ସହିତ ବିଶେଷ କରି ଯେଉଁଠି ପାନୀୟ ଜଳ ପ୍ରକଳ୍ପ ନିର୍ମାଣଧୀନ ରହିଛି ସେସବୁକୁ ସ୍ଥିତି ସମୀକ୍ଷା କରନ୍ତୁ । ଯଦି କୌଣସି କାରଣରୁ ପ୍ରକଳ୍ପ ବିଳମ୍ୱ ହେଉଛି ତେବେ କେଉଁ କାରଣରୁ କାର୍ଯ୍ୟରେ ବିଳମ୍ୱ ହେଉଛି,ସେ ସମ୍ପର୍କରେ ବୁଝି ସମାଧାନ ପାଇଁ ପରାମର୍ଶ ଦିଅନ୍ତୁ । ପାନୀୟ ଜଳ ଏକ ମୁଖ୍ୟ ଆବଶ୍ୟକତା ଏବଂ ବିଭିନ୍ନ ଜିଲ୍ଲାରେ ପାଇପ ଜଳ ଯୋଗାଣ ପ୍ରକଳ୍ପ ଶ୍ରୀଘ୍ର ଶେଷ ହେଲେ ସମ୍ପୃକ୍ତ ଗ୍ରାମବାସୀ ଉପକୃତ ହେବେ । ଏହିପରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବୈଠକରେ ଆଲୋଚନା ହୋଇଥିବା ସ୍ପଷ୍ଟ ହୋଇଛି ।
You can share this post!
author
Related Articles
ତେଜିବାରେ ଲାଗିଛି ବରଗଡ ରାଜନୀତି…
- February 9, 2026
ଦୁଇ ମୋହନଙ୍କ ପାଇଁ ଭାଙ୍ଗିବ ବିଜେପି !
- February 9, 2026
ବିଦ୍ୟୁତ କର୍ମଚାରୀଙ୍କ ଆନ୍ଦୋଳନ …
- February 9, 2026
