ଥରେ ଦେଖନ୍ତୁ ଏହି ଦୃଶ୍ୟକୁ ଖାଲି ପଡ଼ିଆକୁ .ଅଳ୍ପ ଦୂରରେ ଗୋଟିଏ ଟେଣ୍ଡ ବନ୍ଧା ହୋଇଛି . ଆଉ ସେଠାରେ କିଛି ଲୋକ ରୁଣ୍ଡ ହୋଇଛନ୍ତି . ରଙ୍ଗ ଦେଖି ଲାଗୁଛି କେହିଜଣେ ବିଜେପି ନେତା ନିଶ୍ଚୟ ଭାଷଣ ଦେଉଥିବେ . ତେବେ ଦେଖନ୍ତୁ ଏହିି ଦୃଶ୍ୟକୁ ସଭାଚାଲିଛି .ଇଏ କେଉଁ ଏମିତି ସେମିତି ଲୋକଙ୍କ ସଭା ନୁହେଁ .ଖୋଦ ଗୃହମନ୍ତ୍ରୀ ଅମିତ ଶାହଙ୍କ ସଭା . କିନ୍ତୁ ଟିକେ ଭଲ କରି ଦେଖନ୍ତୁ ସେଠାରେ ଚେୟାର ବି ପଡ଼ିଛି ହେଲେ ଲୋକଙ୍କର ସେତେଟା ଦେଖାନାହିଁ .ଖାଲି ସଭା ମଂଚ ପାଖରେ କିଛି ଲୋକ ରୁଣ୍ଡ ହୋଇଛନ୍ତି .ଏବେ ଆସନ୍ତୁ ଶୁଣିବା ଅମିତ ଶାହ ତାଙ୍କ ଭାଷଣରେ ଲୋକଙ୍କୁ କଣ କହୁଛନ୍ତି ?
ତେବେ ଏହି ଚିତ୍ର ମହାରାଷ୍ଟ୍ରରୁ ସାମ୍ନାକୁ ଆସିଛି . ଯେଉଁଠାରେ ଗୃହମନ୍ତ୍ରୀ ଅମିତ ଶାହା ଏକ ଜନସଭାକୁ ସମ୍ବୋଧନ କରୁଥିଲେ . ଆଉ ଦୃଶ୍ୟ ଦେଖିଲେ ଲାଗୁଛି ଯେତେ ଲୋକଙ୍କ ପାଇଁ ବସିବା ପାଇଁ ବ୍ୟବସ୍ଥା ହୋଇଥିଲା .ସେତେ ଲୋକ ଆସିନାହିାଁନ୍ତି ସେଥିପାଇଁ କିଛି ଚେୟାର ମଧ୍ୟ ସଭା ପଛକୁ ରହିଛି . ଏମିତି ବି ହୋଇପାରେ ଲୋକେ ଆସି ଚାଲିଯାଇଥିବେ . ହେଲେ ଏହାବୀ ଏକ ଦୁଃଖଦ ଘଟଣା ଯେ ବିଜେପିର ବରିଷ୍ଠ ନେତାଙ୍କ ଭାଷଣ ସରିନି ଲୋକେ ପଲେଇଲେ . ତେବେ ତାହା ଯାହାବି ହେଉ ଏହି ଭିଡ଼ିଓ ଟି ବର୍ତମାନ ଭାଇରାଲ ହେବାରେ ଲାଗିଛି .
ଏହାକୁ କେହି ଜଣେ ଭିଡିଓ କରି ସୋସିଆଲ ମିଡିଆରେ ଅପଲୋଡ କରିବା ପରେ ଏହା ଭାଇରାଲ ହେବାରେ ଲାଗିଛି . ଆଉ ସେଠାରେ ବସିଥିବା ଲୋକମାନେ ମଧ୍ୟ ବିଜେପିର ଟୋପି ପିନ୍ଧିଥିବା ଦେଖିବାକୁ ମିଳୁଛି . ତେବେ ଆଗକୁ ମହାରାଷ୍ଟ୍ରରେ ନିର୍ବାଚନ ହେବାକୁ ଯାଉଛି ଏବେ ଠାରୁ ସେଠାରେ ରାଜନୀତି ସରଗରମ ହେବାରେ ଲାଗିଲାଣି . ନେତାମାନଙ୍କର ଯାତାୟତ ବି ବଡ଼ିଲାଣି .ଠିକ ସେହିପରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେନ୍ଦୁଝର ଗସ୍ତ ସମୟରେ ଏକ ସଭାରେ ଯୋଗ ଦେଇଥିଲେ ସେଠାରେ ମଧ୍ୟ ଲୋକ କମ ଚେୟାର ଅଧିକ ପଡ଼ିଥିବା ଦେଖିବାକୁ ମିଳିଥିଲା .