ନବୀନଙ୍କ ପରି କାହିଁକି ଲୋକପ୍ରିୟ ହେଉନି ମୋହନଙ୍କ ସରକାର ?
ନବୀନଙ୍କୁ ଦେଖିବାକୁ ଭିଡ ମୋହନଙ୍କ ବେଳେ ଚେୟାର ଖାଲି
ଓଡିଆ ଲେଖିପାରୁନାହାନ୍ତି ବିଜେପି ମନ୍ତ୍ରୀ
ହଁ ଦର୍ଶକବନ୍ଧୁ 24 ବର୍ଷର ସରକାର ପରିବର୍ତ୍ତନ ହେବା ପରେ ସାଧାରଣ ଜନତାଙ୍କ ମୁହଁରେ ଗୋଟିଏ ନାଁ ସେ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ ଅକ୍ଟୋବର ଦୁଇ ତାରିଖରୁ ବିଜେଡି ପଦଯାତ୍ରା ଆରମ୍ଭ କରି ପଦାକୁ ବାହରି ଲୋକଙ୍କ ସହ ଯୋଡି ହେଉଛନ୍ତି ଲୋକପ୍ରିୟ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କ କ୍ରେଜକୁ ଭେଦ କରିବାରେ ଅସମର୍ଥ ହୋଇପଡୁଛି ବିଜେପି ସରକାର । ସାଧାରଣ ଜନତାଙ୍କ ନଜରରେ ଏବେବି ମୁଖ୍ୟମନ୍ତ୍ରୀ ହୋଇ ରହିଛନ୍ତି ନବୀନ ପଟ୍ଟନାୟକ । ଖାଲି ନବୀନଙ୍କ କ୍ରେଜ ନୁହେଁ ବରଂ ନବୀନଙ୍କ ଓଡିଆ ଭାଷାକୁ ନେଇ ପ୍ରଶ୍ନ ଉଠାଉଥିବା ବିଜେପି ସରକାରକୁ ମଧ୍ୟ ନାନା ସାମାଲୋଚନାର ଶିକାର ହେବାକୁ ପଡୁଛି । ଓଡିଆ ଅସ୍ମିତାକୁ ଆୟୁଧ କରି ସରକାର ଗଢିଛି ଭାରତୀୟ ଜନତା ପାର୍ଟି । କିନ୍ତୁ ନିଜ ଦେଶ ତଥା ମାଟିର ନାଁ ଭାରତ ଲେଖିବାରେ ମଧ୍ୟ ଅସମର୍ଥ ହେଉଛନ୍ତି ବିଜେପି ମନ୍ତ୍ରୀ । ତେବେ ତିନିମାସର ସରକାରରେ ଏତେ ବିଶୃଙ୍ଖଳାକୁ ନେଇ ସାଧାରଣ ଜନତା ମଧ୍ୟ ବିଜେପି ସରକାରକୁ ଭୋଟ ଦେଇ ଭୁଲ କରିଥିବା କଥା କହିଲେଣି । ଦେଖିବାକୁ ଅପେକ୍ଷା ନବୀନଙ୍କ କ୍ରେଜକୁ ଭେଦ କରିବାରେ କେବେ ସଫଳ ହେଉଛି ଭାରତୀୟ ଜନତା ପାର୍ଟି ।