କଥାରେ ଅଛି ରାଜନୀତିରେ ସମୀକରଣ ହେଉଛି ବେସ୍ ଗୁରୁତ୍ୱପୂର୍ଣ୍ଣ । ସମୀକରଣ ଟିକେ ବିଗିଡିଗଲେ ପୂରା ସରକାର ଧୂଳିସାତ୍ ହୋଇଯାଏ । ଆଉ ଏବେ ଏହା ସତ ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଦୀର୍ଘ ୨୫ ବର୍ଷ ଧରି ଶାସନ ଗାଦିରେ ବସିଥିବା ନବୀନ ଏବେ ଶାସନ ଗାଦିରୁ ହଟିଯାଇଛନ୍ତି । ଯାହା ପରେ ନବୀନ ନିବାସର ଚିତ୍ର ବଦଳିଯାଇଛି । ଦୀର୍ଘ ବର୍ଷ ଧରି ସୁରକ୍ଷା ବଳୟରେ ରହିଥିବା ନବୀନଙ୍କ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ହଟାଇ ଦିଆଯାଇଛି । । ପଦରୁ ହଟିବା ପରେ ଏବେ ସାଧାରଣ ଜନତାଙ୍କ ଭଳି ଜୀବନଯାପନ କରୁଛନ୍ତି ନବୀନ ବାବୁ । ୨୫ ବର୍ଷ ଧରି ତାଙ୍କ ବାସ ଭବନ ଆଗରେ ପୋଲିସର ଛାଉଣୀ ଲାଗି ରହୁଥିଲା । ନବୀନ ନିବାସ ସାମ୍ନାରେ ଥିବା ରାସ୍ତାର ଉଭୟ ପାଶ୍ୱର୍ରେ ପୋଲିସ କଡା ସୁରକ୍ଷାରେ ନବୀନଙ୍କୁ ହେପାଜତରେ ରଖିଥିଲେ । ନବୀନ ବାବୁ କୁଆଡେ ଗଲେ ତାଙ୍କ ପଛରେ ବି ଶହ ଶହ ପୋଲିସ କର୍ମୀ ଛାଇ ପରି ରହୁଥିଲେ । କିନ୍ତୁ ଏବେ ସମୟ ବଦଳିଯାଇଛି । ରାଜ୍ୟରେ ପୁରୁଣା ସରକାର ହଟିବା ସହ ନୂଆ ସରକାର ଆସିଛି । ଯେଉଁଥି ପାଇଁ ନବୀନଙ୍କ ସୁରକ୍ଷା ବ୍ୟବସ୍ଥାକୁ ହଟାଇ ଏବେ ନୂଆ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି । ଯେଉଁ ରାସ୍ତାରେ ଟିକେ ସମୟ ଛିଡା ହେଲେ ପୋଲିସ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରୁଥିଲେ, ବ୍ୟାରିକେଡ ଲଗାଇ ନବୀନଙ୍କୁ କଡା ସୁରକ୍ଷା ବଳୟରେ ରଖୁଥିଲେ କିନ୍ତୁ ଏବେ ସେଠାରେ ଆଉ କେହି ନାହାନ୍ତି । ଟେଣ୍ଟ ଲଗାଇ ଯେଉଁଠାରେ ହଜାର ହଜାର ପୋଲିସ କର୍ମୀ ରାତି ଦିନ ଏକ କରି ବସୁଥିଲେ ଏବେ ସେଠାରେ କେହି ବି ନଜର ଆସୁନାହାନ୍ତି । ତେବେ ଏବେ ବି ବିରୋଧୀ ଦଳର ନେତା ଚୟନ କରିବା ପ୍ରକ୍ରିୟା ବାକି ଥିବାରୁ ନବୀନଙ୍କ ସୁରକ୍ଷା ପାଇଁ ଅଳ୍ପ ସଂଖ୍ୟକ ସୁରକ୍ଷା କର୍ମୀ ନିୟୋଜିତ ଥିବାରୁ ଦେଖାଯାଉ କିଏ ବିରୋଧୀ ଦଳର ଚେୟାରରେ ବସୁଛନ୍ତି ଏବଂ ନବୀନଙ୍କ ସୁରକ୍ଷା ବ୍ୟବସ୍ଥାରେ ଆଉ କେଉଁ ପରିବର୍ତ୍ତନ ଆସୁଛି ତାହା ଦେଖିବାକୁ ଅପେକ୍ଷା ।
You can share this post!
author
Related Articles
ତେଜିବାରେ ଲାଗିଛି ବରଗଡ ରାଜନୀତି…
- February 9, 2026
ବିଦ୍ୟୁତ କର୍ମଚାରୀଙ୍କ ଆନ୍ଦୋଳନ …
- February 9, 2026
