ଖୁବଶୀଘ୍ର କେନ୍ଦ୍ରାପଡାରେ ପ୍ରଚାର ଆରମ୍ଭ କରିବେ ମୋଦି

ଖୁବଶୀଘ୍ର କେନ୍ଦ୍ରାପଡାରେ ପ୍ରଚାର ଆରମ୍ଭ କରିବେ ମୋଦି

ନିର୍ବାଚନ ପାଇଁ ଜୋରଦାର ହେଲାଣି ପ୍ରଚାର । ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ପ୍ରାର୍ଥୀମାନେ ଭୋଟ ମାଗିବା ଆରମ୍ଭ କରିସାରିଲେଣି । ଏହାରି ମଧ୍ୟରେ ଏବେ ବିଜେପି ପାଇଁ ପ୍ରଚାର କରିବାକୁ ଓଡିଶା ଆସିବେ ବିଜେପିର ଶୀର୍ଷ ନେତୃତ୍ୱ । କେନ୍ଦ୍ରାପଡା ଲୋକସଭା ଏବଂ ମାହାଙ୍ଗା ବିଧାନସଭା କ୍ଷେତ୍ରରେ ପ୍ରଚାର କରିବେ । ୪ ଲକ୍ଷ କର୍ମୀ ଓ ଜନତାଙ୍କୁ ନେଇ ମୋଦିଙ୍କ ସଭା ଅନୁଷ୍ଠିତ ହେବ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଆସି ପ୍ରଚାର କରିବେ । ମାହାଙ୍ଗା ନିର୍ବାଚନ ମଣ୍ଡଳୀର ନିଶ୍ଚିନ୍ତ କୋଇଲି ବଜାର ବନ୍ଧନ ମଣ୍ଡପରେ ଦଳୀୟ କାର୍ଯ୍ୟକର୍ତାଙ୍କୁ ସମ୍ବୋଧନ କରି ଏକଥା କହିଛନ୍ତି ବିଜେପିର କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ବିଜେପିର ମାହାଙ୍ଗା ବିଧାନସଭା ପ୍ରାର୍ଥୀ ସୁମନ୍ତ ଘଡ଼ାଇ, କେନ୍ଦ୍ରାପଡ଼ା ଲୋକସଭା ଆସନ ବିଜେପି ସଂଯୋଜକ ସୁନାକର ସାହୁ, ବିଜେପି ରାଜ୍ୟ କାର‌୍ୟ୍ୟକାରିଣୀ ସଦସ୍ୟ ସମୀର ସାମଲ ମଧ୍ୟ ଯୋଗଦେଇଥିଲେ ।

author

Related Articles

Leave a Reply

Your email address will not be published. Required fields are marked *