ଖୁବଶୀଘ୍ର ଖୋଲିବ ଜାହାଜରୁ ଜବତ କୋକେନର ରହସ୍ୟ

ଖୁବଶୀଘ୍ର ଖୋଲିବ ଜାହାଜରୁ ଜବତ କୋକେନର ରହସ୍ୟ

ଜାହାଜରୁ ନଭେମ୍ବର 1 ତାରିଖରେ ପାରାଦୀପ ଇଣ୍ଟରନ୍ୟାସନାଲ କାର୍ଗୋ ଟର୍ମିନାଲ ମଧ୍ୟକୁ ଇଣ୍ଡୋନେସିଆରୁ ଆସିଥିବା ଏକ ଭେସେଲରୁ 2ଶହ 20 କୋଟି ଟଙ୍କାର କୋକେନ ଜବତ କରିଥିଲା କଷ୍ଟମ ବିଭାଗ । ଏହି ଘଟଣାର ତଦନ୍ତ ଏନସିବି କରୁଥିବା ବେଳେ ଭେସେଲର ସମସ୍ତ କ୍ରିୟୁ ସଦସ୍ୟ ଭିଏତନାମର ହୋଇଥିବାରୁ ଭାଷାଗତ ସମସ୍ୟା ତଦନ୍ତରେ ବାଧା ସୃଷ୍ଟି କରିଥିଲା । ତଦନ୍ତରେ ସହଯୋଗ ପାଇଁ ପାରାଦୀପରେ ପହଂଚିଛନ୍ତି ଅନୁବାଦକ । ଭାଷାଗତ ସମସ୍ୟା ପାଇଁ ତଦନ୍ତ ଆଗେଇ ପାରୁନଥିବା ବେଳେ ଅନୁବାଦକଙ୍କର ସହଯୋଗ ନିଆଯାଇଛି । ଏହି ଘଟଣାର ତଦନ୍ତ ଏନସିବି କରୁଥିବା ବେଳେ ଭେସେଲର ସମସ୍ତ କ୍ରିୟୁ ସଦସ୍ୟ ଭିଏତନାମର ହୋଇଥିବାରୁ ଭାଷାଗତ ସମସ୍ୟା ତଦନ୍ତରେ ବାଧା ସୃଷ୍ଟି କରିଥିଲା । ତେଣୁ ଅନୁବାଦକଙ୍କର ସହାୟତା ନିଆଯାଇଛି । ଅନୁବାଦକଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ଥିବାବେଳେ ଆଜି ଅଟକ ଥିବା ସମସ୍ତ କ୍ରିୟୁ ମେମ୍ବରଙ୍କୁ ସକ୍ଷାତ କରି ସେମାନଙ୍କ ମାଧ୍ୟମରେ ପ୍ରଶ୍ନ ପଚରାଜାଇ ତଦନ୍ତ ଆରମ୍ଭ ହୋଇଛି । ଖୁବଶୀଘ୍ର କେଉଁଠାରୁ କୋକେନ ଆସିଥିଲା ଏବଂ କେଉଁଠାକୁ ଯାଉଥିଲା ତାର ତଦନ୍ତ ଚାଲୁ ରହିଛି ।

author

Related Articles

Leave a Reply

Your email address will not be published. Required fields are marked *