ଖୁବଶୀଘ୍ର ଜମ୍ମୁ-କାଶ୍ମୀରକୁ ମିଳିବ ପ୍ରଥମ ମୁଖ୍ୟମନ୍ତ୍ରୀ

ଖୁବଶୀଘ୍ର ଜମ୍ମୁ-କାଶ୍ମୀରକୁ ମିଳିବ ପ୍ରଥମ ମୁଖ୍ୟମନ୍ତ୍ରୀ

ଖୁବଶୀଘ୍ର ଜମ୍ମୁ-କାଶ୍ମୀରକୁ ମିଳିବ ପ୍ରଥମ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ହେବେ ନ୍ୟାସନାଲ କନଫରେନ୍ସର ସଭାପତି ତଥା ସାଂସଦ ଫାରୁକ ଅବଦୁଲ୍ଲାଙ୍କ ପୁଅ ଓମାର ଅବଦୁଲ୍ଲା । କେନ୍ଦ୍ର ଶାସିତ ଅଞ୍ଚଳର ଜମ୍ମୁ କାଶ୍ମୀରରେ ଦୀର୍ଘ ୧୦ ବର୍ଷ ପରେ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଏନସି ଓ କଂଗ୍ରେସ ମିଳିତ ଭାବେ ସରକାର ଗଠନ କରିବାକୁ ଯାଉଛନ୍ତି। ଉଭୟ ଦଳ ମିଳିତ ଭାବେ ୯୦ ବିଧାନସଭା ଆସନରୁ ପ୍ରାୟ ୫୦ଟିରେ ଜିତିବା ଏକ ପ୍ରକାରର ସ୍ପଷ୍ଟ ହୋଇଛି।
ଏପରି ସ୍ଥିତିରେ ଜମ୍ମୁ-କଶ୍ମୀରରେ ମୁଖ୍ୟମନ୍ତ୍ରୀ କିଏ ହେବେ, ତା’କୁ ନେଇ ସସପେନ୍ସ ଜାରି ରହିଥିଲା। ହେଲେ ଏହା ଉପରୁ ଫାରୁକ ପରଦା ଉଠାଇଛନ୍ତି। ସେ କହିଛନ୍ତି, “ଲୋକମାନେ ଜନାଦେଶ ଦେଇଛନ୍ତି। ୨୦୧୯ ଅଗଷ୍ଟ ୫ରେ ନିଆଯାଇଥିବା ନିଷ୍ପତ୍ତି(ଧାରା ୩୭୦ ଉଚ୍ଛେଦ)କୁ ସେମାନେ ଗ୍ରହଣ କରୁ ନଥିବା ପ୍ରମାଣ କରି ଦେଖାଇଛନ୍ତି। ଓମାର ଅବଦୁଲ୍ଲା ଜମ୍ମୁ-କଶ୍ମୀରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ।”

author

Related Articles

Leave a Reply

Your email address will not be published. Required fields are marked *