ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ପାଣ୍ଡିଆନ, ଶ୍ରୀମୟୀ

ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ପାଣ୍ଡିଆନ, ଶ୍ରୀମୟୀ

ନିର୍ବାଚନ ପାଇଁ ପ୍ରଚାର ଜମୁଥିବା ବେଳେ ଏବେ ଦଳର ହେଭିୱେଟ ନେତାମାନେ ସବୁ ପ୍ରଚାର ମୈଦାନକୁ ଓହ୍ଲାଇବାକୁ ରେଡି ହେଲେଣି । ଏହାରି ମଧ୍ୟରେ ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ବିଜେଡି । ଏଥିରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୪୦ ଜଣଙ୍କ ନାଁ ସାମିଲ ଅଛି । ତେବେ ଏଥିରେ ଟିକେଟ୍ ନପାଇ ଅସନ୍ତୁଷ୍ଟ ଥିବା ଅନେକ ନେତାଙ୍କ ନାଁ ମଧ୍ୟ ରହିଛି । ତେବେ ଦଳର ଅନ୍ୟ ଷ୍ଟାର ପ୍ରଚାରକମାନେ ହେଉଛନ୍ତି – ଭିକେ ପାଣ୍ଡିଆନ, ପ୍ରଣବ ପ୍ରକାଶ ଦାସ, ଶ୍ରୀମୟୀ ମିଶ୍ର, ଅମରେଶ ଜେନା, ଚିରଞ୍ଜୀବ ବିଶ୍ୱାଳ, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ଅରୁଣ କୁମାର ସାହୁ, ସଞ୍ଜୟ କୁମାର ଦାସବର୍ମା, ପଦ୍ମନାଭ ବେହେରା, ପ୍ରଦୀପ କୁମାର ଅମାତ, ଏନ୍. ଭାସ୍କର ରାଓ, ସୁବାସ ସିଂହ, ସସ୍ମିତ ପାତ୍ର, ମାନସ ରଞ୍ଜନ ମଙ୍ଗରାଜ, ନିରଞ୍ଜନ ବିଶି, ମମତା ମହନ୍ତ, ମୁନା ଖାନ, ସୁଲତା ଦେଓ, ରବୀନ୍ଦ୍ର କୁମାର ଜେନା, ସରୋଜିନୀ ହେମ୍ବ୍ରମ,ଦେବୀ ପ୍ରସାଦ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଚନ୍ଦ୍ର ଶେଖର ସାହୁ, ଅଶୋକଚନ୍ଦ୍ର ପଣ୍ଡା, ସ୍ନେହାଙ୍ଗିନୀ ଛୁରିଆ, ନିରଞ୍ଜନ ପୂଜାରୀ, ପ୍ରତାପ ଜେନା, ସୁଶାନ୍ତ ସିଂ, ପ୍ରୀତିରଞ୍ଜନ ଘଡ଼େଇ, ପ୍ରଣବ କୁମାର ବଳବନ୍ତରାୟ, ଚିରଞ୍ଜୀବ ବିଶ୍ୱାଳ, ସୁଧୀର କୁମାର ସାମଲ, ବ୍ୟୋମକେଶ ରାୟ, ଦେବୀ ରଞ୍ଜନ ତ୍ରିପାଠୀ, ବିଜୟ ନାୟକ, ଏସ୍କେ ନିଜାମୁଦ୍ଦିନ, ଈଶ୍ୱର ପାଣିଗ୍ରାହୀ, ଓ ଏଲିନା ଦାସ।

author

Related Articles

Leave a Reply

Your email address will not be published. Required fields are marked *