ଖେଳାଳିଙ୍କ ପାଇଁ ବଡ ଘୋଷଣା । କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ଖେଳାଳିଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି । ଖେଲୋ ଇଣ୍ଡିଆରେ ଭାଗ ନେଇ ମେଡାଲ ଜିତିଥିବା କ୍ରୀଡାବିତଙ୍କୁ ସରକାରୀ ଚାକିରୀ ମିଳିବ ବୋଲି ଅନୁରାଗ ଠାକୁର ଘୋଷଣା କରିଛନ୍ତି । ଆଜିଠାରୁ ବିଦ୍ଧିବିଦ୍ଧ ଭାବେ ଖେଲୋ ଇଣ୍ଡିଆ କ୍ରୀଡାବିତ୍ ସରକାରୀ ନିଯୁକ୍ତି ଲାଗି ଆବେଦନ କରିପାରିବେ । ପୂର୍ବରୁ କେବଳ ଦେଶ ଲାଗି ପ୍ରତିନିଧିତ୍ବ କରି ମେଡାଲ ଆଣିଥିବା କ୍ରୀଡବିତ୍ ସରକାରୀ ନିଯୁକ୍ତି ପାଉଥିଲେ । ତେବେ କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହନଦେବା ଲାଗି ପ୍ରଧାନମନ୍ତ୍ରୀ ଗୁରୁତ୍ବ ଦେବା ପରେ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଏହି ଘୋଷଣା କରିଛି । ଖେଲୋ ଇଣ୍ଡିଆ କ୍ରୀଡ଼ାବିତଙ୍କ ସମେତ ବିଶ୍ବବିଦ୍ୟାଳୟ ସ୍ତରରେ ବି କ୍ରୀଡାବିତ୍ ସରକରୀ ଚାକିରି ଲାଗି ଯୋଗ୍ୟ ହେବେ। ସେହପରି ପାରା ଆଥଲେଟ୍ ମାନଙ୍କୁ ବି ସରକାରୀ ନିଯୁକ୍ତି ମିଳିବ।
You can share this post!
author
Related Articles
ପ୍ରଥମେ କାଣ୍ଡ କର ପରେ କ୍ଷମା ପ୍ରାର୍ଥନା
- September 24, 2024
ଜଗନମୋହନ ରେଡ୍ଡୀଙ୍କ ନାଁରେ ମାମଲା ରୁଜୁ
- September 22, 2024
ସନ୍ଧ୍ୟାରେ ଶପଥ ନେବେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଆତିଶୀ ମର୍ଲେନ
- September 21, 2024