ଖୋଜି ଖୋଜି କାନ୍ଧୁଛନ୍ତି ଲୋକେ ମିଳୁନି ମୋହନଙ୍କ ଦେଖା

ଖୋଜି ଖୋଜି କାନ୍ଧୁଛନ୍ତି ଲୋକେ ମିଳୁନି ମୋହନଙ୍କ ଦେଖା

ଦର୍ଶକବନ୍ଧୁ ବର୍ତ୍ତମାନ ରାଜ୍ୟରେ ଚାଲିଛି ଆମ୍ୱଟାକୁଆ ରାଜନୀତି । ଏହାକୁ ମୁଦ୍ଧା କରି ସରକାରୀ ଦଳ ଉପରେ ବର୍ଷୁଛନ୍ତି ବିରୋଧି ବିଜେଡି ଓ କଂଗ୍ରେସ । କିନ୍ତୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସେ ଚିନ୍ତା ନାହିଁ । ନିଜ ରାଜ୍ୟ ଛାଡି ପଡୋଶୀ ରାଜ୍ୟ କଥା ଅଧିକ ଚିନ୍ତା କରୁଛନ୍ତି । ବିଜେପିର ପ୍ରସ୍ତୁତି ଏମିତି ରହିଛି ଯେମିତି ଝାଡଖଣ୍ଡ ନୁହେଁ ଓଡିଶାରେ ନିର୍ବାଚନ ହେବାକୁ ଯାଉଛି । ଓଡିଶାର ଅଧେ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଝାଡଖଣ୍ଡ ଗସ୍ତରେ ରହିଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ କୁ ଆସି ନିଜ ଦୁଃଖ ଜଣାଇବାକୁ ଆସୁଥିବା ଅଧିକାଂଶ ଲୋକ କାନ୍ଦି କାନ୍ଦି ଫେରୁଛନ୍ତି। ଥରେ ଅଭିଯୋଗ ପ୍ରକୋଷ୍ଠ ଖୋଲିଲେ ଅଧିକାଂଶ ସମୟ ବନ୍ଦ ରହୁଛି। ପାଞ୍ଚ ମାସର ସରକାରରେ ରାସନ ନପାଇ ସାଧାରଣ ଲୋକ ମୃତ୍ୟବରଣ କଲେ ଏହା ଆଗକୁ କିପରି ପୁନରାବୃତ୍ତି ନ ହେବ ସେଥିପ୍ରତି ଦୃଷ୍ଟି ଦେବା ପରିବର୍ତ୍ତେ ରାଜ୍ୟ ସରକାର ନିଜର ଦୋଷ ଦୁର୍ବଳତାକୁ ଘଣ୍ଟା ଘୋଡାଉଛନ୍ତି । ଗୋଟିଏ ପଟେ ଆମ୍ୱଟାକୁଆକୁ ନେଇ ଏବେ ପର୍ଯ୍ୟନ୍ତ ଚର୍ଚ୍ଚା ଥମି ନଥିବା ବେଳେ ଆଉ ଗୋଟିଏ ପଟେ ଅଭିଯୋଗ ଶୁଣିବାକୁ ଆସୁଛନ୍ତି ସାଧାରଣ ଲୋକେ ମୋହନଙ୍କୁ ନ ଦେଖି କାନ୍ଦି କାନ୍ଦି ଫେରି ଯାଉଛନ୍ତି । ସାଧାରଣ ଲୋକଟିଏ ନୂଆ ସରକାରଙ୍କ ଉପରକୁ ଏକ ନୂଆ ଭରସା ନେଇ ଆସୁଥିବା ବେଳେ ଝାଡଖଣ୍ଡ ଗସ୍ତରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନିଜ ରାଜ୍ୟର ବିପଦ ସମୟରେ ଅନ୍ୟ ରାଜ୍ୟର ଚିନ୍ତାରେ ବୁଡି ରହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦୀର୍ଘ 16 ବର୍ଷ ପରେ ନିଜେ ଆରମ୍ଭ କରିଛନ୍ତି ଅଭିଯୋଗ ଶୁଣାଣି । ସୋମବାର ଅଭିଯୋଗ ଶୁଣାଣି ନେଇ ମୋହନ ସରକାର ନିଷ୍ପତ୍ତି ନେଇଥିଲେ କିନ୍ତୁ ଅଧେ ଦିନ ଅଭିଯୋଗ ଶୁଣାଣି ବନ୍ଦ କରିବାରୁ ସାଧାରଣ ଲୋକମାନେ ମୋହନଙ୍କୁ ନଭେଟି କାନ୍ଦି କାନ୍ଦି ଫେରିଯାଉଛନ୍ତି । ତେବେ ଅଭିଯୋଗ ପ୍ରକୋଷ୍ଠ ପ୍ରହସନ ନା ଲୋକଙ୍କ ହିତ ପାଇଁ ତାହା ଏବେ ସାଧାରଣରେ ପ୍ରଶ୍ନ ଉଠିଛି।

author

Related Articles

Leave a Reply

Your email address will not be published. Required fields are marked *