ନିର୍ବାଚନକୁ ଚାରିମାସ ବିତି ଯାଇଥିଲେ ସୁଦ୍ଧା ବିଜେଡିର ଶୋଚନୀୟ ପରାଜୟର ସଦମାରୁ ଏବେ ପର୍ଯ୍ୟନ୍ତ ବାହାରି ପାରିନାହାନ୍ତି ବିଜେଡିର ଅନେକ ନେତା । ନିତି ଶଙ୍ଖଭବନରେ କବଟା କିଳି ବୈଠକ କରୁଥିଲେ ସୁଦ୍ଧା ଦାଣ୍ଡରେ ପଡି ହାଟରେ ଗଡୁଛି ଦଳୀୟ କନ୍ଦଳ । ହାରିବା ପରେ ନିଜ ଦଳକୁ ସୃଦୁଢ କରିବାରେ ଲାଗିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କିନ୍ତୁ ନିଜ ଦଳକୁ ସଜାଡୁ ସଜାଡୁ ନିଜ ନିର୍ବାଚନ ମଣ୍ଡଳୀକୁ ଅଣଦେଖା କରିବାର ଅଭିଯୋଗ ଆସୁଛି । ଏଥରର ନିର୍ବାଚନ ଫଳାଫଳ ବିଜେଡି ପାଇଁ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି ଯ କାହିଁକିନା 24 ବର୍ଷ ହେବ ବିଜେଡି କବଜାରେ ରହିଥିଲା ଦକ୍ଷିଣ ଓଡିଶା ତଥା ଗଞ୍ଜାମ ଜିଲ୍ଲାକୁ ନିଜ ଅକ୍ତିଆରକୁ ନେଇଛି ଭାରତୀୟ ଜନତା ପାର୍ଟି । ଗଞ୍ଜାମ ଜିଲ୍ଲାର 13ଟି ନିର୍ବାଚନ ମଣ୍ଡଳୀରୁ 11ଟି ନିର୍ବାଚନ ମଣ୍ଡଳୀକୁ ଭାରତୀୟ ଜନତା ପାର୍ଟି ଅକ୍ତିଆର କରିଥିବା ବେଳେ ଗୋଟିଏ କଂଗ୍ରେସ ଓ ଆଉ ଗୋଟିଏ ବିଜେଡି ଅକ୍ତିଆର କରିଛି । ତେବେ ଦୀର୍ଘ ବର୍ଷ ହେବ ହିଞ୍ଜିଳିରୁ ନିର୍ବାଚନ ଲଢିଆସୁଥିବା ନବୀନ ଚଳିତ ଥର ମଧ୍ୟ ସେହି ଆସନରୁ ପ୍ରାର୍ଥୀ ହୋଇଥିଲେ ଏବଂ ଜିତିଥିଲେ ମଧ୍ୟ । କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ପୂର୍ବରୁ ନବୀନ ପଟ୍ଟନାୟକ ରାଜ୍ୟର ମୁଖ୍ୟଆ ଭାବେ ଦାୟିତ୍ୱ ତୁଲାଉଥିବା ହେତୁ ସେ ନିଜ ପ୍ରତିନିଧି ମାନଙ୍କୁ ହିଞ୍ଜିଳି ଦାୟିତ୍ୱ ଦେଉଥିଲେ । କିନ୍ତୁ ଚଳିତ ଥର ମୁଖ୍ୟମନ୍ତ୍ରୀ ନଥାଇ ମଧ୍ୟ ନିଜ ନିର୍ବାଚନ ମଣ୍ଡଳୀ ଏବେ ପର୍ଯ୍ୟନ୍ତ ମାଡି ନାହାନ୍ତି ନବୀନ ପଟ୍ଟନାୟକ । ସମସ୍ତ ବିଧାୟକ ମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀର ଦୁଃଖ ବୁଝୁଥିବା ବେଳେ ନିରାଶ ହୋଇଛନ୍ତି ହିଞ୍ଜିଳି ବାସୀ । ନବୀନଙ୍କୁ ଜିତାଇ ଏବେ ପସ୍ତାଉଛନ୍ତି ହିଞ୍ଜିଳି । ମୁଖ୍ୟମନ୍ତ୍ରୀ ଥିବା ସମୟରେ ନବୀନଙ୍କୁ ଦେଖିବା ହିଞ୍ଜିଳି ବାସୀଙ୍କ ପାଇଁ ସ୍ୱପ୍ନ ହୋଇଥିବା ବେଳେ ନବୀନ ବିଧାୟକ ହେବା ପରେ ମଧ୍ୟ ସମାନ ଦଶା ହୋଇଛି । ସେପଟେ ବିଜେଡି ପକ୍ଷରୁ ଘୋଷଣା ହୋଇଛି ଖୁବଶୀଘ୍ର ନବୀନ ସାରା ରାଜ୍ୟ ବୁଲିବେ । ସାରା ରାଜ୍ୟ ବୁଲିବାକୁ ଥିବା ବେଳେ କେବେ ନିଜ ନିର୍ବାଚନ ମଣ୍ଡଳୀ ଗସ୍ତ କରିବେ ସେ ନେଇ ନାନା ପ୍ରଶ୍ନ ଉଠୁଛି । ଅନ୍ୟପଟେ ଚର୍ଚ୍ଚା ହେଉଛି କି ଆଗାମୀ ଥର ନିର୍ବାଚନଠୁ ନବୀନ ମଧ୍ୟ ହିଞ୍ଜିଳିରୁ ନିର୍ବାଚନ ଲଢିବେ ନାହିଁ ।
You can share this post!
author
Related Articles
ଦୁଇ ବାଇକ୍ ମୁହାଁମୁହିଁ ଧକ୍କା
- November 5, 2024
ମନ୍ତ୍ରୀଙ୍କୁ ଦେଖି ରାସ୍ତା ଛାଡିଲେ ଲୋକେ
- November 4, 2024
କୁଶରାବ ଗ୍ରାମରେ ଘଟିଲା ଏମିତି
- November 2, 2024