ତାପଙ୍ଗ ଷ୍ଟେସନରେ ଅଟକିଲା ପଲାସା-କଟକ ପାସେଞ୍ଜର ଟ୍ରେନ

ତାପଙ୍ଗ ଷ୍ଟେସନରେ ଅଟକିଲା ପଲାସା-କଟକ ପାସେଞ୍ଜର ଟ୍ରେନ

ଖୋର୍ଦ୍ଧା ତାପଙ୍ଗ ଷ୍ଟେସନରେ ଅଟକିଲା ପଲାସା-କଟକ ପାସେଞ୍ଜର ଟ୍ରେନ । ଅଧଘଣ୍ଟାରୁ ଅଧିକ ସମୟ ଧରି ଟ୍ରେନ୍ ଅଟକି ରହିଥିଲା । ପଲାସା-କଟକ ପାସେଞ୍ଜର ଟ୍ରେନକୁ ଅଟକାଇଥିଲେ ଲୋକେ । ଏହା ସହ ଟ୍ରେନ ଆଗରେ ଛିଡା ହୋଇ ପ୍ରତିବାଦ କରିଛନ୍ତି ସ୍ଥାନୀୟ ଲୋକ | ପଲାସା-କଟକ ଟ୍ରେନରେ ବଗି ସଂଖ୍ୟା ବୃଦ୍ଧି ଦାବିରେ ଟ୍ରେନ୍ ଟିକୁ ଅଟକ ରଖିଥିଲେ ଲୋକେ । ବିଭିନ୍ନ କାମରେ ଭୁବନେଶ୍ୱରକୁ ଯାଇଥାନ୍ତି ଏହି ଅଞ୍ଚଳର ଲୋକ । ଅନେକ ସରକାରୀ ଆଉ ବେସରକାରୀ ଚାକିରିଆ ବି ନିର୍ଭର କରନ୍ତି ଏହି ପଲାସା – କଟକ ଟ୍ରେନ ଉପରେ । ଏଥିପାଇଁ ସେମାନେ ପଲାସା-କଟକ ଟ୍ରେନ୍ ଉପରେ ନିର୍ଭର କରିଥାନ୍ତି । ହେଲେ ଟ୍ରେନରେ ବଗି ସଂଖ୍ୟା କମ୍ ଥିବାରୁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅଧିକ ବଗି ପାଇଁ ବାରମ୍ବାର ଅଭିଯୋଗ ପରେ ବି କୌଣସି ସୁଫଳ ନମିଳିବାରୁ ଆଜି ଟ୍ରେନ୍କୁ ଅଟକାଇଛନ୍ତି ଲୋକେ । ଏହାର ପ୍ରତିବାଦରେ ଆଜି ତାପଙ୍ଗ ଷ୍ଟେସନରେ ପ୍ରତିବାଦ କରିଛନ୍ତି ଯାତ୍ରୀ । ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଟ୍ରେନ ଚଳାଚଳ ସ୍ବାଭାବିକ୍ ହୋଇଛି ।

author

Related Articles

Leave a Reply

Your email address will not be published. Required fields are marked *