ତାତିବେ ଜେନ ଜି ଭାଙ୍ଗିବ ବିଜେପି ସରକାର । ସରକାରଙ୍କ ଗୋଟି ଗୋଟି କେଳେଙ୍କାରୀର ଗୁମର ଖୋଲିବାରେ ଲାଗିଛି । ପୋଲିସ ଏସଆଇ ନିଯୁକ୍ତି କେଳେଙ୍କାରୀ ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ରାଜନୀତିରେ ଉଷ୍ମତା ବଢିବାରେ ଲାଗିଛି । ସରକାରଙ୍କୁ ଟାର୍ଗଟେ କରି ସାମ୍ୱାଦିକ ସମ୍ମିଳନୀ କରିଚାଲିଛନ୍ତି ବିରୋଧି ବିଜେଡି ଓ କଂଗ୍ରେସ । ଆଉ ଆଜି ପରୀକ୍ଷା ଜାଲିଆତି ନେଇ ପ୍ରତିବାଦ କରୁଛି ବିରୋଧି ବିଜୁ ଛାତ୍ର ଜନତା ଦଳ । ପୋଲିସ SI ନିଯୁକ୍ତିରେ ବ୍ୟାପକ ଅନିୟମିତତା ନେଇ ବିଜୁ ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଘଟଣାର ସିବିଆଇ ତଦନ୍ତ ଦାବି କରି ଆସୁଛି ବିଜେଡି। ସିବିଆଇ ତଦନ୍ତ ନିର୍ଦେଶ ଦିଆ ନ ଗଲେ ଆଗକୁ ଜୋରଦାର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ବିଜେଡି। ବିଜୁ ଜନତା ଦଳର ଏହି ପ୍ରତିବାଦରେ ବହୁ ପରୀକ୍ଷାର୍ଥୀ ମଧ୍ୟ ସାମିଲ ଅଛନ୍ତି। ଆଜି ରାଜଧାନୀର ରାଜରାସ୍ତାରେ ବିଜେଡିର ଜୋରଦାର ବିକ୍ଷୋଭ ଦେଖିବାକୁ ମିଳିଛି । ସମସ୍ତ ଯୁବ ନେତା ଏଥିରେ ସାମିଲ ହୋଇ ସରକାରକଙ୍କୁ କଡ୍ଡା ସମାଲୋଚନା କରିଥିଲେ ।
ବର୍ତ୍ତମାନ ସୁଦ୍ଧା ୫ ଦଲାଲଙ୍କ ସମେତ ଗିରଫ ହେଲେଣି ୧୧୯ ଜଣ। ତଥାପି ଏ ଘଟଣାରେ ମାଷ୍ଟରମାଇଣ୍ଡ ଏବେ ପର୍ଯ୍ୟନ୍ତ ଧରିପଡିନାହିଁ । ଚାକିରି କେଳେଙ୍କାରୀର ମାଷ୍ଟରମାଇଣ୍ଡକୁ ଧରିବାକୁ ରାଜ୍ୟ ଭିତରେ ଓ ବାହାରେ ଆରମ୍ଭ ହୋଇଛି ତନାଘନା। ଏହି କେସକୁ ସିବିଆକୁ ହସ୍ତାନ୍ତର କରିବାକୁ ବାରମ୍ୱାର ଦାବି କରିବା ପରେ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କରୁଛି ଯାହାକୁ ବିରୋଧ କରିଛନ୍ତି ଉଭୟ ବିରୋଧି । ଯାହାର ପ୍ରତିବାଦରେ ରାଜରାସ୍ତାରେ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ପାଇଁ ଲଢେଇ କରୁଛି ବିଜେଡି ।
