ଗଛରେ ପାଣିଦେଲେ ଭରିବେ ଜୋରିମାନା

ଗଛରେ ପାଣିଦେଲେ ଭରିବେ ଜୋରିମାନା

ବାଙ୍ଗଲୋରରେ ଦେଖାଦେଇଛି ଉତ୍କଟ ଜଳ ସମସ୍ୟା ।ଏଠାକାର ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏଥିରେ ଖିଲାପ କଲେ 5ହଜାର ଟଙ୍କା ଜୋରିମାନା ଦେବା ପାଇଁ ପଡିବ ।ତେଣୁ ଏଠିକାର ପ୍ରଶାସନ କଡା ନିୟମ ଜାରି କରିଛନ୍ତି  । ନୂଆ ନିୟମ ଅନୁସାରେ କେହି ପାଣିରେ କାର ଧୋଇପାରିବେ ନାହିଁ କି ଗଛରେ ପାଣି ଦେଇପାରିବେ ନାହିଁ । ଏହାସହ ନିର୍ମାଣ କାର୍ଯ୍ୟ ଉପରେ ମଧ୍ୟ ଲାଗିଛି କଟକଣା । ଯଦି କାହାକୁ ଏଭଳି ନିର୍ଦ୍ଦେଶ ଉଲଂଘନ କରିବାରେ ଜଣାପଡେ କିମ୍ବା କୌଣସି ସ୍ଥାନରେ ନିର୍ମାଣ କାର୍ଯ୍ୟରେ ପାଣିର ବ୍ୟବହାର ହେଉଥିବା ଦେଖାଯାଏ ତେବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ଜୋରିମାନା ଦେବା ପାଇଁ ପଡିବ ।

author

Related Articles

Leave a Reply

Your email address will not be published. Required fields are marked *